କନକ ବ୍ୟୁରୋ : ସମିତିସଭ୍ୟା ପ୍ରାର୍ଥୀଙ୍କ ନିଖୋଜ ସ୍ୱାମୀ ଉଦ୍ଧାର । ଆହତ ଅବସ୍ଥାରେ ଚିନ୍ମୟ ଦାସଙ୍କୁ ପୋଲିସ ଉଦ୍ଧାର କରିଛି । ସିମିଳିଆ ଓଭରବ୍ରିଜରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି । ଗତ ୧୬ତାରିଖ ରାତିରୁ ଚିହ୍ନୟ ଦାସ ନିଖୋଜ ଥିଲେ । ଘଟଣା ଦିନ ଚିନ୍ମୟ ଦିନସାରା ପ୍ରଚାର କରିଥିଲେ । ରାତି ୯ଟାରେ ପାଖ ଗାଁକୁ ଯାଇ ଆସୁଛି କହି ନିଖୋଜ ଥିଲେ । ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଥିଲା । ପରିବାର ଲୋକେ ଅପହରଣ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ।