ଟିକଟକ ପରେ ବଢୁଛି ଚିଙ୍ଗାରୀ ଆପର ବ୍ୟବହାର : ଆପ୍ ପ୍ରସ୍ତୁତିରେ ରହିଛି ଓଡିଆ ଯୁବ ଇଞ୍ଜିନିୟରଙ୍କ ଭୂମିକା

132

କନକ ବ୍ୟୁରୋ : ଚିନ୍ ସହ ଭାରତର ତିକ୍ତତା ବଢିବା ପରେ ଲୋକପ୍ରିୟ ଆପ୍ ଟିକଟକକୁ ଭାରତ ସରକାର ବ୍ୟାନ କରିଥିଲେ । ଏହି କ୍ଷତିକୁ ଭରଣା କରିବା ପାଇଁ ସ୍ୱଦେଶୀ କୌଶଳରେ ପ୍ରସ୍ତୁତ ହୋଇ ଥିବା ଚିଙ୍ଗାରୀ ଆପ୍ ଏବେ ସବୁ ଭାରତୀୟଙ୍କୁ ବହୁତ ସଂଖ୍ୟାରେ ଆକୃଷ୍ଟ କରିବାରେ ଲାଗିଛି । ଏହି ଆପ ପ୍ରସ୍ତୁତ କରିବାରେ ଜଣେ ଓଡିଆ ଯୁବ ଇଞ୍ଜିନିୟର ବିଶ୍ୱତ୍ମା ନାୟକଙ୍କ ପ୍ରମୁଖ ଭୂମିକା ରହିଛି । ଟିକଟକ୍ ଯେଉଁ ଦିନ ବନ୍ଦ ହୋଇଥିଲା, ସେହିଦିନ ଚିଙ୍ଗାରୀ ଆପ୍ ଆସିଲା । ଆଉ ଗୋଟିଏ ଦିନରେ ୨.୫୦ଲକ୍ଷ ଯୁବପିଢି ଡାଉନ୍ଲୋଡ୍ କରିଥିଲେ ।

ଆଜି ସୁଦ୍ଧା ଏହାକୁ ୩.୭ କୋଟି ଡାଉନ୍ ଲୋଡ୍ ହୋଇ ସାରିଲାଣି । ପ୍ରତିଦିନ ପ୍ରାୟ ୫୦ ହଜାର ଲୋକ ଏହି ଆପ୍ ଡାଉନ୍ ଲୋଡ୍ କରୁଛନ୍ତି । ପ୍ରତି ଭାରତୀୟ ଯୁବପିଢି ଏହି ଚିଙ୍ଗାରୀ ଆପକୁ ଆପଣେଇ ନିଜ କଳା କୌଶଳକୁ ଏହି ଆପ ମାଧ୍ୟମରେ ଦେଖାଉଛନ୍ତି । ଏହି ଆପକୁ ପ୍ରସ୍ତୁତ କରିଥିବା କଟକ ଜିଲା ଅଡଶପୁର ଗ୍ରାମର ବିଶ୍ୱାତ୍ମା ନାୟକ ଭଳି ଯୁବ ଇଞ୍ଜିନିୟର ତାଙ୍କ ଜୀବନର ନୂଆ କିଛି କରିବାର ସ୍ୱପ୍ନକୁ ମନରେ ଥିଲା । ଆଜି ତାହାକୁ ସାକାର କରି ଦେଖାଇଛନ୍ତି ।