ରିପୋର୍ଟରୁ ହେଲା ଖୁଲାସା , ସାପ ଏବଂ ବାଦୁଡି ସୁପ୍ ରୁ ବ୍ୟାପିଛି କରୋନା ଭାଇରସ୍ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବାଦୁଡି ସୁପ୍ ପିଉଥିବା ଜଣେ ଯୁବତୀଙ୍କ ଭିଡିଓ …

778

କରୋନା ଭୁତାଣକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ଏହି ଭୂତାଣୁରେ ସଂକ୍ରମିତ ହୋଇ ଚୀନରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ଭୂତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେପଟେ ସାଉଦି ଆରବରେ କାମ କରୁଥିବା କେରଳର ଜଣେ ନର୍ସ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇନ୍ତି । ଚୀନରେ ସ୍ୱାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଯୁବତୀ ବାଦୁଡି ସୁପ୍ ପିଉଥିବାର ଦେଖିବାକୁ ମିଳିଛି । କୁହାଯାଉଛି , କରୋନା ଭାଇରସ ଯୁବତୀଙ୍କ ଜରିଆରେ ବ୍ୟାପିବା ଆରମ୍ଭ କରିଛି ।

ଏକ ରିପୋର୍ଟ ମୁତାବକ , ସ୍ତନ୍ୟପାୟୀ ପ୍ରାଣୀ ବାଦୁଡିକୁ ଖାଇବା ଓ ତାର ସୁପ୍ ପିଇବା ପରେ ସେହି ଯୁବତୀଙ୍କ ଶରୀରରେ କରୋନା ଭାଇରସ ସୃଷ୍ଟି ହୋଇଥିଲା ଓ ଚାରିଆଡେ ବ୍ୟାପିବାକୁ ଲାଗିଲା । ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ କରୋନା ଭାଇରସର ମୁଖ୍ୟ କାରଣ ସାପ କିମ୍ବା ବାଦୁଡି ହୋଇପାରେ । ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି , ସେମାନେ ବନ୍ୟଜୀବଙ୍କ ସମ୍ପର୍କରେ ଥିଲେ ।

ଚୀନର ବୁହାନରେ ଏଭଳି ଜୀବ-ଜନ୍ତୁଙ୍କ ବଜାର ରହିଛି , ଯେଉଁଠି ସାପ, ବାଦୁଡି , ପକ୍ଷୀ, ଠେକୁଆ ଆଦି ବିକ୍ରି କରାଯାଇଥାଏ ଏବଂ ଏହି ଜୀବମାନଙ୍କୁ ଚୀନବାସୀ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ସୂଚନାନୁସାରେ, ଚୀନରେ କରୋନା ଭାଇରସ ଡରରେ ବୁହାନ ସମେତ ୯ ଟି ସହରକୁ ବନ୍ଦ କରିଦିଆଯାଇଛି । ବୁହାନରେ ୭୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।