ଚୀନକୁ ଭାରତର ଝଟକା ପରେ ଝଟକା: ଅଟକିଲା ନିବେଶ, ଟିକଟକ ସହ ୫୯ ଚୀନ ଆପ୍ ନିଷିଦ୍ଧ; ୪୭୧ କୋଟିର ରେଳ କାର୍ଯ୍ୟବରାଦ ବି ବାତିଲ, ଆଗକୁ ଆହୁରି କଟକଣା ପାଇଁ ଚାଲିଛି ବିଚାରବିମର୍ଷ

1,107

କନକ ବ୍ୟୁରୋ: ଗଲୱାନ ଘାଟିରେ ବିବାଦ ପରଠାରୁ ଚୀନକୁ ଭାରତ ଦେଇଚାଲିଛି ଗୋଟିଏ ପରେ ଗୋଟିଏ ଝଟକା । ଧୀରେ ଧୀରେ ଏହି ଝଟକା ତାଲିକା ବି ବଢିବାରେ ଲାଗିଛି ।

୭୫୦ କୋଟିର ନିବେଶ ଅଟକିଲା ।

ଚୀନରୁ ଆସିବାକୁ ଥିବା ପ୍ରତ୍ୟକ୍ଷ ପୁଂଜିନିବେଶର ନିୟମକୁ ପରିବର୍ତନ କରିବା ପରେ ଅଟକି ଯାଇଛି ଏହି ରାଶି । ଜମାଟୋରେ ଚୀନ୍ ର ସଂସ୍ଥା ଏଂଟ ଫାଇନାନ୍ସିଆଲ୍ ଏହି ନିବେଶ କରିବାର ଥିଲ।।

୫୯ ଚାଇନ୍ ଆପ୍ ନିଷିଦ୍ଧ ହୋଇଛି ।

ଡିଜିଟାଲ୍ଷ୍ଟ୍ରାଇକ୍ କରି ଭାରତ ସରକାର ଚୀନର ଟିକଟକ୍ ଆପ୍ ସମେତ ୫୯ ଟି ମୋବାଇଲ୍ ଆପକୁ ଭାରତରେ ନିଷିଦ୍ଧ କରିଛନ୍ତି । ଏହି ନିଷେଧାଦେଶ ପରେ ଟିକଟକ୍ ମାଲିକ ସର୍ବାଧିକ କ୍ଷତିର ଶିକାର ହୋଇଛନ୍ତି ।

ସଡକ ପ୍ରକଳ୍ପରେ ସାମିଲ ହୋଇପାରିବନି ଚୀନ୍ ।

ଦେଶର କୌଣସି ସଡକ ପ୍ରକଳ୍ପରେ ଚୀନର ସଂସ୍ଥାକୁ ସାମିଲ ହେବାକୁ ଅନୁମତି ଦିଆଯିବନାହିଁ ବୋଲି ଭାରତ ସରକାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଏପରିକି ଭାରତୀୟ କମ୍ପାନୀ ଗୁଡିକ ସହିତ ମିଶି ଯୈ÷ାଥ ଭାବେ କାମ କରୁଥିବା ଚୀନ୍ କମ୍ପାନୀ ଗୁଡିକୁ ମଧ୍ୟ ଅନୁମତି ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ।

ହିରୋ ସାଇକେଲ୍ ଦେଲା ୯୦୦ କୋଟିର ଝଟକା ।

ଚୀନ ସହିତ ଆଗାମୀ ୩ ମାସ ମଧ୍ୟରେ ହେବାକୁ ଥିବା ୯୦୦ କୋଟିର କାରବାରକୁ ରଦ୍ଦ କରିଦେଇଛି ହିରୋ ଗ୍ରୁପ୍ । ଆତ୍ମନିର୍ଭର ଭାରତ ଅଭିଯାନକୁ ସହ ଯୋଗ କରିବାକୁ ହିରୋଗ୍ରୁପ୍ ଏପରି ନିଷ୍ପତି ନେଇଛି ।

ଜେଏସଡବ୍ଲୁ ୩ ହଜାର କୋଟିର ଆମଦାନୀ ବନ୍ଦ କରିବ ।

ଏହି ସିମେଂଟ କମ୍ପାନୀ ବାର୍ଷିକ ଚୀନ୍ ସହିତ ୩ ହଜାର କୋଟିର ଆମଦାନୀ କରୁଥିଲା । କମ୍ପାନୀ ଏହାକୁ ପୁରା ବନ୍ଦ କରିବାକୁ ଦୃଢ ସଂକଳ୍ପ ନେଇଛି ।

ମେଟ୍ରୋଟ୍ରେନ୍ ପ୍ରକଳ୍ପରୁ ଚୀନ୍ ବିଦା ।

କାନପୁର ଆଗ୍ରା ମେଟ୍ରୋ ଟ୍ରେନ୍ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବିଦା କରିଦିଆଯାଇଛି ।

ବିଏସଏନଏଲର ୪ଟି ଟେଣ୍ଡର ରଦ୍ଦ ।

ଫୋର୍ ଜି ଉପକରଣ ମଗାଇବା ଲାଗି ବିଏସଏନଏଲ ଡାକିଥିବା ଟେଣ୍ଡରକୁ ବାତିଲ କରାଯାଇଛି । ଚୀନ୍ କମ୍ପାନୀ ହୁୱେଇ ଓ ଜେଡଟିଇକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି ।

ରେଳବାଇ ଥର୍ମାଲ କ୍ୟାମେରା ଟେଣ୍ଡର ବାତିଲ ।

ଗଲୱାନ ବିବାଦ ପରେ ଚୀନ୍ ସହିତ ଭାରତୀୟ ରେଳବାଇ କରିଥିଲା ଥର୍ମାଲ କ୍ୟାମେରା ଟେଣ୍ଡରକୁ ବାତିଲ କରିଦେଇଛି । ହକ୍ଭିଜନ ନାମକ ଚୀନ କଂପାନୀ ଠାରୁ ୮୦୦ କ୍ୟାମେରା ମଗାଇବାକୁ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଭାରତ ।

୪୭୧ କୋଟିର ରେଳ କାର୍ଯ୍ୟବରାଦ ବାତିଲ ।

ବେଜିଂ ନାସନାଲ ରେଲୱେ ରିସର୍ଚ ଆଣ୍ଡ୍ ଭିଜନ ଇନଷ୍ଟିଚୁଟ୍କୁ ରେଳବାଇ ସାମଗ୍ରୀ ପାଇଁ ୪୭୧ କୋଟିର ଟେଣ୍ଡର କରିଥିଲା । ଏହାକୁ ବାତିଲ କରିଛି ଭାରତୀୟ ରେଳବାଇ ।

୫ ହଜାର କୋଟିର ଝଟକା ଦେଲା ମହାରାଷ୍ଟ୍ର ।

ଚୀନ୍ କଂପାନୀ ସହିତ ମହାରାଷ୍ଟ୍ର ସରକାର କରିଥିବା ୩ଟି ଚୁକ୍ତିକୁ ବାତିଲ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୫ ହଜାର କୋଟି ହେବ ।