କନକ ବ୍ୟୁରୋ : ଚୀନର ଆମେରିକା ଆକାଶରେ ଦେଖାଦେଇଛି ଚୀନର ଗୁଇନ୍ଦା ବେଲୁନ । ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ସହରର ମୋଣ୍ଟାନାରେ ଏହି ବେଲୁନର ଦୃଶ୍ୟମାନ ହୋଇଛି । ଯାହା ପରେ ଆମେରିକାରେ ଉତେଜନା ଦେଖାଦେଇଛି । ବେଲୁନଟି ସିଭିଲିଆନ୍ ସ୍ପେଶ ଓ ଏୟାର ଟ୍ରାଫିକ ତଳେ ଉଡ଼ୁଥିବାର ଦେକିବାକୁ ମିଳିଛି । ଦୁଇ ଦିନ ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଚୀନ୍ ଗସ୍ତରେ ଯିବେ । ଏହା ପୂର୍ବରୁ ଆକାଶରେ ଏଭଳି ଦୃଶ୍ୟମାନ ଅନେକ ପ୍ରଶ୍ନ ଛିଡ଼ା କରିଛି ।

Advertisment

ଆମେରିକା ଆକାଶରେ ଚୀନ୍ ଗୁଇନ୍ଦା ବେଲୁନ

- ଆମେରିକାର ଆକାଶରେ ଚୀନର ବିଶାଳକାୟ ଗୁଇନ୍ଦା ବେଲୁନ ଦୃଶ୍ୟମାନ
- ଚୀନର ଗୁଇନ୍ଦା ବେଲୁନ ନର୍ଥ ୱେଷ୍ଟର୍ଣ୍ଣ ସିଟି ମୋଣ୍ଟାନାରେ ଦୃଶ୍ୟମାନ
- ମୋଣ୍ଟାନା ଆମେରିକା ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବେସ୍
- ଏହି ବେସରୁ ଇଣ୍ଟରକଣ୍ଟିନେଣ୍ଟାଲ ମିଜାଇଲ ଅପରେଟ୍ କରାଯାଇଥାଏ
- ପୂରା ଆମେରିକାରେ ଏଭଳି ତିନୋଟି ଏୟାରବେସ୍ ରହିଛି
- ବେଲୁନଟି ସିଭିଲିଆନ୍ ଏୟାର ଟ୍ରାଫିକ ଓ ଆଉଟର ସ୍ପେଶ ତଳେ ଉଡ଼ୁଥିବାର ଦେଖିବାକୁ ମିଳିଛି
- ବିବିସି ରିପୋର୍ଟ ଅନୁସାରେ, ପୂର୍ବରୁ ଏହି ବେଲୁନ ଆଲାସ୍କାର ଅଲେଉତିଆନ ଦ୍ୱୀପ ଓ କାନାଡା ଆକାଶରେ ଦୃଶ୍ୟମାନ ହୋଇଥିଲା
- ବେଲୁନଟି କେତେ ଉଚ୍ଚରେ ଉଡ଼ୁଥିଲା, ତା’ର ସୂଚନା ଦିଆଯାଇନାହିଁ
- ଅଧିକାରୀମାନେ ଏହାକୁ ଶୁଟ୍ କରି ତଳକୁ ଖସାଇବାକୁ ପ୍ରୟାସ କରିନାହାନ୍ତି
- କାରଣ ତଳକୁ ଖସିବା ଦ୍ୱାରା ଏହାର ଧ୍ୱଂସାବଶେଷ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଥିଲା
- ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚୀନ୍ ଗସ୍ତର ଦିନକ ପୂର୍ବରୁ ଏହି ବେଲୁନ ଦେଖିବାକୁ ମିଳିଛି
- ବ୍ଲିଙ୍କନ ଫେବୃଆରୀ ୫ ଓ ୬ ତାରିଖରେ ଚୀନ୍ ଗସ୍ତ କରିବେ