କନକ ବ୍ୟୁରୋ: ଏଲଏସିରୁ ଆସିଛି ବଡ ଖବର । ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା । ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣାପଡିଛି । ଅଟକ ଚୀନ ସେନାକୁ ଜେରା କରାଯାଉଛି ।

Advertisment

ତେବେ ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମି ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ ସେ ଏନେଇ ତଦନ୍ତ କରାଯିବ । ପଚରା ଉଚରା ପରେ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରେ । ସୁଚନା ଅନୁସାରେ ଜାନୁଆରୀ ୮ତାରିଖରେ ଏଲଏଏସିର ଭାରତୀୟ ସୀମା ଭିତରକୁ ଚୀନର ଜଣେ ସେନା ପଶିଆସିଥିଲା । ସେଠାରେ ମୁତୟନ ଥିବା ଭାରତୀୟ ସେନା ତାକୁ ଅଟକ ରଖିଛନ୍ତି ।