ସୁଟ କହିବ ଆପଣ କେତେ ସୁସ୍ଥ ? ଚାଇନା ବୈଜ୍ଞାନିକଙ୍କ ସଫଳତା

26

ପ୍ରତିଦିନ ବୈଜ୍ଞାନିକମାନେ କିଛି ନା କଛି ଗବେଶଣା କରୁଛନ୍ତି । ମେଡିକାଲରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଫଳତା ବି ପାଉଛନ୍ତି । ନିକଟରେ ଚୀନ ବୈଜ୍ଞାନିକମାନେ ଏପରି ଏକ ଉକ୍ସଭାବନ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚାଇନା ବୈଜ୍ଞାନିକମାନେ ସେନସର ଲଗାଯାଇଥିବା ଏକ ସୁଟ ତିଆରି କରିଥିବା ଦାବି କରିଛନ୍ତି । ଯିଏ ଆପଣଙ୍କ ଶରୀରର ତାପମାତ୍ରା, ପିଏଚ ଲେଭଲ, ବ୍ଲଡପ୍ରେସର ବିଷୟରେ ସୂଚନା ଦେବା ସହ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ ସୂଚନା ଦେବ ।

ଚାଇନା ଏକାଡେମୀ ଅଫ ସାଇନସେସର ବୈଜ୍ଞାନିକ ୱାଙ୍ଗ ଜଙ୍ଗଲିନ ମତରେ ଟ୍ରାନସମିଶନ ଜରିଆରେ ଏହି ଇଣ୍ଡିକେଟରକୁ ମୋବାଇଲ ଫୋନ,କମ୍ପ୍ୟୁଟର କିମ୍ବା ଅନେକ ଦୂରରେ ଥିବା ଡାକ୍ତରଙ୍କ ପାଖକୁ ପଠାଯାଇପାରିବ । ଏହା ଦ୍ୱାରା ଯେକୌଣସି ବ୍ୟକ୍ତିଙ୍କର ଯେ କୌଣସି ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ସୁଟକୁ ବେଜିଂର ଇଂଟରନାସନାଲ କନଫରନେସ ଅନ ନାନୋଟେକ୍ନୋଲୋଜି ଆଣ୍ଡ ନାନୋସିଷ୍ଟମ ପ୍ରଦର୍ଶିତ କରାଯାଇଥିଲା ।