କନକ ବ୍ୟୁରୋ: ପୁଣି ବିଶ୍ୱକୁ ଭାଇରାସ ଛାଡିବ କି ଚୀନ୍? ଚୀନର ବୈଜ୍ଞାନିକ ନିଜର ଏକ ଦ୍ୱୀପରେ ୮ଟି ନୂଆ ଭାଇରସ ଉପରେ ଗବେଷଣା କରିଛନ୍ତି । ଏହାପରେ ଏଭଳି ଏକ ଆଶଙ୍କା ପ୍ରକାଶ ପାଇଛି । କରୋନା ମହାମାରୀ ଚୀନର ଉହାନ ଲ୍ୟାବରୁ ବ୍ୟାପିଥିବା ବିଭିନ୍ନ ବୈଜ୍ଞାନିକ ସହିତ ଆମେରିକା ଭଳି ଦେଶ ଦାବି କରିଆସୁଛି । ଏହି ମହାମାରୀରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏପରି ସ୍ଥିତିରେ ପୁଣିଥରେ ୮ଟି ନୂଆ ଭାଇରାସ ବାବଦରେ ଗବେଷଣା ହେବାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ବୈଜ୍ଞାନିକମାନଙ୍କ ମତରେ, ଏହି ନୂଆ ଭାଇରସର ସଂକ୍ରମଣ ମଣିଷମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ବଢିଚାଲିଛି ।
ଚାଇନାର ବୈଜ୍ଞାନିକମାନେ ଭବିଷ୍ୟତର ମହାମାରୀ ଉପରେ ଗବେଷଣା କରିଛନ୍ତି
ଚାଇନାର ହୈନାନ ଦ୍ୱୀପରେ ଥିବା ମୂଷାମାନଙ୍କଠାରୁ ୭୦୦ ନମୁନା ନେଇଥିଲେ
ଗବେଷଣାରେ ଆଠଟି ନୂଆ ଜୀବାଣୁ ପାଇଛନ୍ତି
୮ଟି ନୂଆ ଭାଇରସକୁ ଗୋଟିଏ କରୋନା ଭାଇରସ୍ ଶ୍ରେଣୀର!
ଏହି ଭାଇରସନର ନା ଉକ୍ଟଠ-ଐଗଟ-୧
ଚାଇନା ଆସୋସିଏସନ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଅଧ୍ୟୟନ ପ୍ରକାଶ ପାଇଛି
ଏହି ସଂଗଠନ ବେଜିଂର ନାଗରିକ ବ୍ୟାପାର ମନ୍ତ୍ରଣାଳୟର ତଦାରଖ କରୁଛି
ଏହି ଅଧ୍ୟୟନରେ ୨୦୧୭ ରୁ ୨୦୨୧ ମଧ୍ୟରେ ହୋଇଥିଲା
ଚାରି ବର୍ଷ ମଧ୍ୟରେ ଦ୍ୱୀପରେ ଧରାଯାଇଥିବା ବିଭିନ୍ନ ମୂଷାଙ୍କଠୁ ନିଆଯାଇଛି
ମୋଟ୍ ୬୮୨ ଟି ସ୍ୱାବ୍ ବା ନମୁନା ପରୀକ୍ଷା କରାଯାଇଛି
ଏବେ ଚିନ୍ତାର କାରଣ କେବଳ କରୋନା ଭାଇରସ୍ ନୁହେଁ
ଅନ୍ୟ ଭାଇରସ ଗୁଡିକ ଦ୍ୱାରା କାମଳ ରୋଗ ବା ଜଣ୍ଡିସ, ଡେଙ୍ଗୁ ଜ୍ୱର, ପେଟ ରୋଗ, କର୍କଟ ରୋଗ ଆଦି ସୃଷ୍ଟି କରିପାରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/88.jpg)