ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଲଏସି ଉତ୍ତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି

151

କନକ ବ୍ୟୁରୋ: ବୁଝି ହେଉନାହିଁ ଚୀନର ଚାଲ୍ । ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏଲଏସି ଉତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି କରିଛନ୍ତି । ପିପୁଲସ ଲିବରେସନ୍ ଆର୍ମିର କ୍ଷମତାଶାଳୀ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବଦଳି କରିଛନ୍ତି । ପୂର୍ବ ଲଦାଖରେ ଇଣ୍ଡିଆ ଚାଇନା ଉତେଜନା ସମୟରେ ପିପୁଲ ଲିବରେସନ୍ ଆର୍ମିର ପଶ୍ଚିମ କମାଣ୍ଡର ଭାବେ ଦାୟିତ୍ୱ ତୁଲାଇଥିଲେ କମାଣ୍ଡର ଜେନେରାଲ ଜାଓ ଜୋଙ୍ଗକ୍ୱି ।

ତାଙ୍କ ବଦଳରେ ଜେନେରାଲ ଜାଙ୍ଗ ଜୁଡ଼ୋଙ୍ଗଙ୍କୁ ନିଯୁକ୍ତ କରାଯାଇଛି । ଏହି କମାଣ୍ଡର ଜଣଙ୍କ ଭାରତ-ଚୀନ ସୀମା ଉପରେ ନଜର ରଖିବେ । ପୂର୍ବରୁ ଜେନେରାଲ ଜୁଡ଼ୋଙ୍ଗ ଭାରତୀୟ ସୀମାରେ କାମ କରିନାହାନ୍ତି । ସୂଚନା ଅନୁସାରେ ସି ଜିନପିଙ୍ଗ ଜେନେରାଲ ଝାଙ୍ଗଙ୍କ ସମେତ ଚୀନ ସେନା ଏବଂ ସଶସ୍ତ୍ର ପୁଲିସ ବଳର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପଦନ୍ନୋତି ପ୍ରଦାନ କରିଛନ୍ତି ।