ତାଇୱାନ୍ ଉପରେ ଚୀନର ଆଖି । ରାଜଧାନୀ ତାଇପେୟୀ ଉପରେ ଚୀନ ଯୁଦ୍ଧ ବିମାନର ଆକ୍ରମଣ

1,206

କନକ ବ୍ୟୁରୋ: ଏବେ ବିଶ୍ୱରେ ଋଷ –ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଚୀନ ମଧ୍ୟ ନିଜର ପରାକ୍ରମ ଦେଖାଇବାକୁ ଆରମ୍ଭ କଲାଣି । ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ଚୀନ ତାଇୱାନ ଉପରେ ବି ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ବିଶ୍ୱର ପ୍ରତିଷ୍ଠିତ ପ୍ରତିରକ୍ଷା ବିଶେଷଜ୍ଞ । ଆଜି ଏହା ସତ ହେବାକୁ ଯାଉଥିବା ମନେ ହେଉଛି । ଅନ୍ୟପଟେ ତାଇୱାନ ମଧ୍ୟ ନିଜ ସୁରକ୍ଷାକୁ ମଜବୁତ୍ କରିବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି । ଏପରି ସ୍ଥିତିରେ ଆଜି ଚୀନର ଏକ ଫାଇଟର ବିମାନ ତାଇୱାନର ରାଜଧାନୀ ତାଇପେଇ ଉପରେ ଆକ୍ରମଣ କରିଥିବା ଜଣାପଡିଛି ।

ରିପୋର୍ଟ ମୁତାବକ, ତାଇୱାନର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ଏକ ସମରାଭ୍ୟାସ କରାଯାଇଥିଲା । ରାଜଧାନୀ ତାଇପେୟୀରେ ଆୟୋଜିତ ସୈନ୍ୟ ଅଭ୍ୟାସ ‘ଲିୟନ୍ ସିୟାଙ୍ଗ’ର ଆୟୋଜନ କରାଯାଇଥିଲା । ଏହି ଆୟୋଜନ ଭବିଷ୍ୟତରେ ଚୀନ ଆକ୍ରମଣକୁ ମାତ୍ ଦେବାକୁ ଲକ୍ଷ୍ୟ କରି ଆୟୋଜିତ କରାଯାଇଥିଲା । ହେଲେ ଏତିକିବେଳେ ଶୁଭିଥିଲା ଏକ ଭୀଷଣ ଶବ୍ଦ । ତାଇପେୟୀରେ ଚୀନର ଲଢୁଆ ବିମାନ ଆସି ଆକ୍ରମଣ କରି ଚାଲିଯାଇଥିଲା ।