ଚୀନ୍ ବାସିନ୍ଦାଙ୍କୁ ହୋଟେଲ୍ ମନା ! ଶତ୍ରୁକୁ କଡ଼ା ଜବାବ : ଦିଲ୍ଲୀର ୩୦୦୦ ହୋଟେଲ୍ ଏବଂ ଗେଷ୍ଟ୍ ହାଉସରେ ରହିପାରିବେ ନାହିଁ ଚୀନ୍ ନାଗରିକ ।

Advertisment
ଚୀନ୍ ବାସିନ୍ଦାଙ୍କୁ ହୋଟେଲ୍ ମନା ! ଶତ୍ରୁକୁ କଡ଼ା ଜବାବ : ଦିଲ୍ଲୀର ୩୦୦୦ ହୋଟେଲ୍ ଏବଂ ଗେଷ୍ଟ୍ ହାଉସରେ ରହିପାରିବେ ନାହିଁ ଚୀନ୍ ନାଗରିକ ।

Image Courtesy - indiatoday

କନକ ବ୍ୟୁରୋ : ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଗଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ଚୀନର ଜିନିଷକୁ ବର୍ଜନ କରିବାର ଦାବି ଜୋର ଧରିଛି । ଏବେ ଚୀନ ଭାରତ ପ୍ରତି କରିଥିବା ହିଂସାତ୍ମକ ବ୍ୟବହାର ପାଇଁ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବ୍ୟବସାୟୀ ତଥା ସେବା ପ୍ରଦାନକାରୀଙ୍କୁ ଚୀନକୁ ବଏକଟ କରିବାକୁ ଅନୁରୋଧ କରିବା ପରେ ଦିଲ୍ଲୀ ହୋଟେଲ ଏବଂ ଗେଷ୍ଟ ହାଉସ୍ ମାଲିକ ସଂଘ (ଧୁରଭା) ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପ୍ରାୟ ୩୦୦୦ ବଜେଟ୍ ହୋଟେଲ ଏବଂ ଗେଷ୍ଟ ହାଉସ୍ ରହିଥିବା ବେଳେ ଚୀନ୍‌ର ଗତିବିଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

publive-imageସୂଚନା ମୁତାବକ, ଦିଲ୍ଲୀରେ ପ୍ରାୟ ୩୦୦୦ ବଜେଟ୍ ହୋଟେଲ ଏବଂ ଗେଷ୍ଟ ହାଉସ୍ ଅଛି, ଯେଉଁଠି ପ୍ରାୟ ୭୫ ହଜାର କୋଠରୀ ରହିଛି । ଏହି ସୂଚନା ଦେବା ସହ ଦିଲ୍ଲୀ ହୋଟେଲ ଏବଂ ଗେଷ୍ଟ ହାଉସ ମାଲିକ ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ଚୀନ୍ ଭାରତ ସହ ଯେଉଁଭଳି ଭାବରେ ସଂଘର୍ଷ କରିବା ପାଇଁ ଚେଷ୍ଟା କରୁଛି ଏବଂ କିଛି ଦିନ ତଳେ ଗଲଓ୍ଵାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦିଲ୍ଲୀର ସମସ୍ତ ହୋଟେଲ ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି । ଭାରତୀୟ ଯବାନଙ୍କ ଉପରେ ଚୀନ ସେନାର ଏଭଳି ଆକ୍ରମଣ ପରେ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀରେ ଥିବା ୩୦୦୦ ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସିଏଆଇଟି ସାରା ଦେଶରେ ଚୀନ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବର୍ଜନ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସ୍ ବ୍ୟବସାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରି ବର୍ତ୍ତମାନଠାରୁ ଦିଲ୍ଲୀର କୌଣସି ବଜେଟ୍ ହୋଟେଲ କିମ୍ବା ଗେଷ୍ଟ ହାଉସରେ ଚୀନ୍ ନାଗରିକମାନେ ରହି ପାରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe