ବ୍ୟାପୁଛି କରୋନାଠୁ ବି ଭୟଙ୍କର ଭୂତାଣୁ ! କେବଳ ଜୁନ ମାସରେ କାଜାକିସ୍ତାନରେ ଗଲାଣି ୬ଶହରୁ ଅଧିକ ଜୀବନ

ଜୀବନ ନେଉଛି ଅଜଣା ଭୂତାଣୁ!

1,076

କନକ ବ୍ୟୁରୋ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । କେମିତି ଏହି ମହାମାରୀ କବଳରୁ ରକ୍ଷା ପାଇ ହେବ ସେନେଇ ମଧ୍ୟ ଚେଷ୍ଟା ଜାରି ରହିଛି । ତେବେ କରୋନା ମହାମାରୀରୁ ଲୋକ କେମିତି ବଞ୍ଚିବେ ସେନେଇ କୌଣସି ପ୍ରତିଷେଧକ ଆସିନଥିବା ବେଳେ ଆଉ ଏକ ଅଜଣା ରୋଗ ସାମ୍ନକୁ ଆସିଛି । ଯାହାକି କରୋନା ଠାରୁ ବି ଅଧିକ ଶକ୍ତିଶାଳି ଏବଂ ଭୟଙ୍କର ବୋଲି କୁହାଯାଉଛି ।
ସିଏନଏନର ଏକ ରିପୋର୍ଟ ଅନୁସାରେ, କାଜାକିସ୍ତାନରେ ଏକ ନୂଆ ଏବଂ ଅଜ୍ଞାତ ଭୂତାଣୁ ବ୍ୟାପିବାରେ ଲାଗିଛି ଯହାକି କରୋନା ଠାରୁ ଅଧିକ ଘାତକ ବୋଲି ଜଣାପଡିଛି ।
ମଧ୍ୟ ଏସିଆ ଦେଶ କାଜାକିସ୍ତାନରେ ବ୍ୟାପୁଥିବା ରୋଗରେ ପ୍ରାୟ ୧୭ଶହ ଲୋକଙ୍କ ଜୀବନ ଗଲାଣି । କାଜାକିସ୍ତାନରେ ଥିବା ଚୀନ ଦୁତାବାସଙ୍କ କହିବା ଅନୁସାରେ । ଜୁନ ମାସର ମଧ୍ୟ ସୁଦ୍ଧା ଏହି ରୋଗର ଅନେକ ମାମଲା ସାମ୍ନାକୁ ଆସିଲାଣି । ଯାହାକି ଦିନକୁ ଦିନ ବଢିବାରେ ଲାଗିଛି । କେବଳ ଏହି ରୋଗରେ ଲୋକ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ । ଅଜଣା ନିମୋନିଆରେ କେବଳ ଜୁନ୍ ମାସରେ ପ୍ରାୟ ୬୨୮ ଲୋକଙ୍କ ଜୀବନ ଗଲାଣି । ଯେଉଁଥି ପାଇଁ ଏହି ଅଜଣା ଭୂତାଣୁ ଜନିତ ରୋଗକୁ କୋଭିଡ୍-୧୯ ଠାରୁ ଅଧିକ ଘାତକ ବୋଲି କୁହାଯାଉଛି ।