ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଲୋଚନାକୁ ନେଇ ଚୀନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଏକ ସକାରାତ୍ମକ ଅଭିଯାନରେ କେହି ବାଧକ ହୋଇପାରିବେ ନାହିଁ ବୋଲି ଲେଖିଛନ୍ତି ଚୀନର ସ୍ଥାନୀୟ ଗଣମାଧ୍ୟମ । ଏପରିକି ଏସିୟା ମହାଦେଶର ବିକାଶ ଦିଗରେ ଦୁଇ ନେତା ଉଦ୍ୟମ କରିବେ ବୋଲି ଏହି ଗଣମାଧ୍ୟମ ଗୁଡିକ ବର୍ଣ୍ଣନା କରିଛନ୍ତି । ଏପିରିକି କେତେକ ଗଣମାଧ୍ୟମ ୟୁରୋପୀୟ ଦେଶଗୁଡିକର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । କାରଣ ୟୁରୋପୀୟ ଦେଶର ଧାରଣା ଯେ, ଏସିୟା ମହାଦେଶର ବିକାଶ ଚୀନ କୈନ୍ଦ୍ରୀକ ହେବ ।
କିନ୍ତୁ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ପୂର୍ବତନ ଚୀନ ନେତା କହିଥିଲେ ଚୀନ ସମେତ ଭାରତ ଓ ଅନ୍ୟ ବିକାଶଶୀଳ ଦେଶର ଯୋଗଦାନ ବିନା ଏସିୟା ମହାଦେଶର ଉନ୍ନତି ଅସମ୍ଭବ । ମୋଦି ଓ ଜିନପିଙ୍ଗଙ୍କ ସାକ୍ଷାତ ଆଲୋଚନାକୁ ପ୍ରାୟ ସମସ୍ତ ଚୀନ ଗଣମାଧ୍ୟମ ପ୍ରାଥମିକତା ଦେଇଛନ୍ତି । ହେଲେ ବଡକଥା ହେଉଛି ଦୁଇଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚୀନ ଗସ୍ତରେ ଥିବାବେଳେ ସେଠାକାର ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହୋଇନଥିଲା । ଏପରିକି ଗ୍ଲୋବାଲ ଟାଇମ୍ସ ଅନେକ ସମୟରେ ଭାରତ ବିରୋଧରେ ନିକାରାତ୍ମକ ଖବର ପରିବେଷଣ କରୁଥିବାବେଳେ ଜିନପିଙ୍ଗଙ୍କ ଗସ୍ତ ପରେ ଏହାର ଆଭିମୁଖ୍ୟ ବଦଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/MODI-2-1.jpg)
/kanak/media/post_attachments/wp-content/uploads/2019/10/images-7-3-300x168.jpg)