କନକ ବ୍ୟୁରୋ: ଘାତକ ପାଲଟିଛି ଚାଇନା ମାଞ୍ଜା ସୂତା । ମକର ସଂକ୍ରାନ୍ତିରେ ମାଞ୍ଜା ସୂତା ନେଇଛି ୨ ଶିଶୁଙ୍କ ଜୀବନ । ମଧ୍ୟପ୍ରଦେଶ ଧାର ଓ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୪ ବର୍ଷ ଓ ୭ ବର୍ଷ ।
ସୂଚନା ମୁତାବକ, ଦୁଇଜଣ ଯାକ ଶିଶୁ ବାପାଙ୍କ ସହ ବାଇକରେଯାଉଥିବାବେଳେ ଦେଖାଯାଉନଥିବା ମାଜ୍ଞାସୂତା ସେମାନଙ୍କ ବେକରେ ଲାଗିଯାଇଥିଲା । ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ଉଭୟ ଜିଲ୍ଲା ପୋଲିସ ଗୁଡି ବିକ୍ରି ହେଉଥିବା ଦୋକାନଗୁଡିକରେ ତଲାସି ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/manza.jpg)