ଦେଶରେ ରହିଛି ଏମିତି ମନ୍ଦିର, ଯେଉଁଠି ଭୋଗଲାଗେ ନୁଡଲ୍ସ ଓ ଚାଉମିନ

139

କନକ ବ୍ୟୁରୋ: ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବାବଦରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମନ୍ଦିରରେ ନୁଡଲ୍ସ ଓ ଚାଉମିନ ଭୋଗ ଲାଗିଥାଏ । ଏହାସହ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ବି ପ୍ରସାଦ ଆକାରରେ ସେହି ନୁଡଲ୍ସ ଓ ଚାଉମିନ ଦିଆଯାଇଥାଏ । ଏହି ଅଦ୍ଭୁତ ମନ୍ଦିରର ନାମ ଚାଇନିଜ୍ କାଳୀ ମନ୍ଦିର । କାଳୀମାତାଙ୍କର ଏହି ମନ୍ଦିର ପଶ୍ଚିମବଙ୍ଗର ଟେଙ୍ଗରା ଠାରେ ରହିଛି । ଏହି ମନ୍ଦିରକୁ ହିନ୍ଦୁଭକ୍ତଙ୍କ ସହ ଚୀନ ଓ ବୌଦ୍ଧ ଧର୍ମର ଭକ୍ତମାନେ ପୂଜା କରିବାକୁ ଆସିଥାନ୍ତି । ଏଭଳି ବିଚିତ୍ର ଭୋଗ ପାଇଁ ଏହି କାଳୀମାତାଙ୍କ ମନ୍ଦିର ସାରା ବିଶ୍ୱରେ ପରିଚିତ । ଏହି ମନ୍ଦିରରେ ପ୍ରସାଦ ଆକାରରେ କେବଳ ନୁଡଲ୍ସ ଓ ଚାଉମିନ ଦିଆଯାଇ ନଥାଏ । ଏହାସହ ଭାତ ଓ ମନଚୁରିଆନ ବି ମିଳିଥାଏ ।

ଏହି ମନ୍ଦିରର ଇିତିହାସ ବି ବେସ ରହସ୍ୟମୟ । ମାତାଙ୍କର ଏହି ମନ୍ଦିରର ନିର୍ମାଣ ଚୀନ ଲୋକମାନେ କରିଥିବା କଥା କୁହାଯାଏ । କୁହାଯାଏ କି ଏଠାରେ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଏକ ବଡ ଗଛ ଥିଲା । ଏହି ଗଛତଳେ କିଛି କଳା ପଥର ବି ରହିଥିଲା । ଯାହାକୁ ମା କାଳୀଙ୍କ ପ୍ରତିକ ରୂପେ ପୂଜା କରାଯାଉଥିଲା । ସେହି ସମୟରେ ସେଠାରେ କିଛି ଚୀନ ଲୋକ ବାସ କରୁଥିଲେ ।

ଅଚାନକ ଗୋଟିଏ ଦିନ ଜଣେ ଚୀନ ପିଲାର ଦେହ ଅସୁସ୍ଥ ହୋଇପଡିଲା । ତାକୁ ବଞ୍ଚାଇବା ଅସମ୍ଭବ ଥିଲା । କିଛି ସମୟ ପରେ ପିଲାର ମା ଓ ବାପା ପିଲାର ସ୍ୱାସ୍ଥ୍ୟ ସମସ୍ୟା ନେଇ ମାତାଙ୍କୂୁ ପ୍ରାଥନା କରିଥିଲେ ଓ ପୂଜାର୍ଚ୍ଚନା ବି କରିଥିଲେ । ମାତାଙ୍କ ପୂଜା ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା । ତା ପରେ ସେ ପିଲାର ପରିବାର ଲୋକେ ଖୁସି ହୋଇ ସେଠାରେ ଚାଇନିଜ କାଳୀମାତା ମନ୍ଦିର ନିର୍ମାଣ କରିଥିଲେ ।

ଏହାପରେ ଏହି ମନ୍ଦିରରେ ଚାଇନିଜ ଲୋକମାନେ ଆସି ପୂଜାର୍ଚ୍ଚନା କଲେ । କେବଳ ସେତିକି ନୁହେଁ ମନ୍ଦିରର ପୂଜକ ବି ଚାଇନିଜ । ଏହାସହ ଏହି ମନ୍ଦିରକୁ ଯେଉଁଭକ୍ତମାନେ ଆସିଥାନ୍ତି ସେମାନେ ହାତରେ ଏକ କାଗଜନେଇ ମନ୍ଦିରରେ ପୋଡି ପୂଜା କରିଥାନ୍ତି । ପ୍ରଥା ରହିଛି କି ଏଭଳି କରିବା ଦ୍ୱାରା ଜୀବନରେ ସକରାତ୍ମକ ଆସିଥାଏ ଓ ଖରାବ ଆତ୍ମାମାନେ ଶରୀର ଛାଡି ପଳାଇଯାନ୍ତି । ନିଜର ଏଭଳି ଅଦ୍ଭୁଦ କାରଣ ପାଇଁ ଏହି ମନ୍ଦିର ସାରା ବିଶ୍ୱରେ ପରିଚିତ