କନକ ବ୍ୟୁରୋ : ଭାରତ ଏବଂ ଚୀନ୍ ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅନେକ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି । ଏମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଚୀନର ପ୍ରାୟ ୨୧-୨୨ଟି ଯୁଦ୍ଧ ବିମାନ ମୁଖ୍ୟତଃ ଜେ-୧୧ ଏବଂ କିଛି ଜେ-୧୬ ଯୁଦ୍ଧ ବିମାନ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ଉପରେ ପଇଁତରା ମାରିଥିଲା । ଚୀନର ଯୁଦ୍ଧ ବିମାନର ଏହି କାର୍ଯ୍ୟକଳାପ ହଟାନ, ଗାର ଗୁନ୍ସା ଏବଂ କାଶ୍ଗର ଏୟାରଫିଲ୍ଡ ଏୟାରବେସରୁ ହୋଇଥିଲା, ଯାହାକୁ ବିଭିନ୍ନ ପ୍ରକାରର ଯୁଦ୍ଧବିମାନର ଉପସ୍ଥିତି ଲୁଚାଇବା ପାଇଁ ତିଆରି କରାଯାଇଛି । ତେବେ ନିଜ ସୀମା ଭିତରେ ରହି ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ୨୦ଜଣ ଯବାନ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା, ଯାହା ଏବେ ପର୍ଯ୍ୟନ୍ତ ସୁଧୁରି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/GettyImages-1222748724-e1593123619443.jpg)