ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ 

Advertisment
ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ 

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି। ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍‌ ନାଗରିକଙ୍କୁ ଆଫଗାନିସ୍ତାନର ‘ନ୍ୟାସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି’ (ଏନ୍‌ଡିଏସ୍‌) ଅଟକ ରଖିଛି। ସେମାନେ ଚୀନ୍‌ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସମ୍ପୃକ୍ତ ଥିବା ପରି ମନେହେଉଛି। ଡିସେମ୍ବର ୧୦ ତାରିଖ ଦିନ ‘ଏନ୍‌ଡିଏସ୍‌’ ସେମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା।

publive-image

ଧରାପଡ଼ିଥିବା ୧୦ଜଣ ଚୀନ୍‌ ନାଗରିକଙ୍କ ମଧ୍ୟରୁ ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ସଙ୍ଗଠନ ‘ହାକ୍ୱିନି ନେଟ୍‌ଓ୍ଵାର୍କ’ ସହ ସମ୍ପର୍କ ରଖିଥିବା କଥା କାବୁଲରେ ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଅସ୍‌ରଫ୍‌ ଘନିଙ୍କୁ ଅବଗତ କରାଯିବା ପରେ ସେ ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ଙ୍କୁ ଏହି ଘଟଣା ତଦନ୍ତ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବା ସହ ଚୀନ୍‌ ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି। ପୂର୍ବରୁ ଅମରୁଲ୍ଲା ଆଫ୍‌ଗାନ ଗୁଇନ୍ଦା ଏଜେନ୍‌ସିର ମୁଖ୍ୟ ଥିଲେ। ସେ ମଧ୍ୟ କାବୁଲସ୍ଥିତ ଚୀନ୍‌ର ରାଷ୍ଟ୍ରଦୂତ ଓ୍ଵାଙ୍ଗ୍‌ ଉ’ଙ୍କ ସହ ଏକ ବୈଠକ କରି ଅଟକ ଚୀନା ନାଗରିକମାନଙ୍କ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ବେଜିଙ୍ଗ୍‌ ଯଦି ଔପଚାରିକ କ୍ଷମାପ୍ରାର୍ଥନା କରିବା ସହ ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ଏବଂ କାବୁଲ ପ୍ରତି ବିଶ୍ୱାସଘାତକତା କରିଥିବା ସ୍ୱୀକାର କରେ, ତେବେ ଆଫଗାନ ସରକାର ଚୀନା ଗୁପ୍ତଚରମାନଙ୍କୁ କ୍ଷମା ଦେବା କଥା ବିଚାର କରିପାରନ୍ତି ବୋଲି ସାଲେହ୍‌ ତାଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe