ଚାଇନାର ଡ୍ରୋନ ,ପାକିସ୍ତାନ ପ୍ଲାନ ବଳରେ ବଳୀୟାନ ତାଲିବାନ: ଅଭେଦ୍ୟ ଗଡରେ ଉଡାଇଲା ବିଜୟ ଧ୍ୱଜା!

719

କନକ ବ୍ୟୁରୋ: ଯେଉଁ ଗଡ ଆଯି ଯାଏଁ ଅଭେଦ୍ୟ ହୋଇ ରହିଥିଲା ତାକୁ ଭେଦିଲା କେମିତି ତାଲିବାନ୍? ଏହି ପ୍ରଶ୍ନ ସାଧାରଣ ଲାଗୁଥିଲେ ବି ଏହା ପଛର ଭେଦ କିନ୍ତୁ ଚର୍ଚ୍ଚାରେ । କାହା କାହା ସହ ଲଢିବେ ପଂଜଶିର ଗଡର ସେର୍ ଅହମଦ୍ ମାସୁଦ୍ । ଚୀନର ଡ୍ରୋନ୍ ଓ ପାକିସ୍ତାନର ପ୍ଲାନ୍ । ପଂଜଶିରରେ ପାକିସ୍ତାନର ଡବଲ ରୋଲ । ପଂଜଶିରକୁ ହରାଇବାକୁ ତାଲିବାନ୍ ସହ ହାତ ମିଶାଇଛନ୍ତି ପାକିସ୍ତାନ ଓ ଚିନ୍ । ଅନ୍ୟପଟେ ତାଲିବାନ୍ ଉପରେ ଭାରି ପଡୁଥିଲା ସାଲେହ, ମାସୁଦଙ୍କ ଯୋଡି । ପାକିସ୍ତାନ ନଆସେ କି ତାଲିବାନ୍ ନ ଜିତେ । ଯେଉଁ ତାଲିବାନ୍ ଆଫଗାନିସ୍ତାନର ୩ ଲକ୍ଷ ସେନାକୁ ହରାଇଦେଲା ତାକୁ ପଂଜଶିରର କିଛି ମାତ୍ର ସେନା ଧୂଳି ଚଟାଇଥିଲେ । ବାରମ୍ବାର ଚେଷ୍ଟା କରି ମଧ୍ୟ ହାର ମାନିଥିଲା ତାଲିବାନ୍ । ତାଲିବାନ୍ ଜାଣିଥିଲା ପଂଜଶିର ଗଡକୁ ଆକ୍ରମଣ କରିବା ଅର୍ଥ ମୃତ୍ୟୁକୁ ବରଣ କରିବା । ସେିଥି ପାଇଁ ତ ଆପୋଷ ଆଲୋଚନା କରିବାକୁ ନିଜ ଆଡୁ ଦେଇଥିଲା ପ୍ରସ୍ତାବ । ହେଲେ ଲୁଚିଲୁଚି ନିଜ କୁଚକ୍ରକୁ ସଫଳ କରିବାକୁ ଲାଗିପଡିଥିଲା । ଆଉ ଉପାୟ ନପାଇ ପାକିସ୍ତାନ ଆଗରେ ସାହାଯ୍ୟ ଭିକ୍ଷା କଲା ।ପାକିସ୍ତାନ ବି କିଛି କମ ବେଇମାନ ନୁହେଁ । ପାକିସ୍ତାନ ଆରମ୍ଭ କରିଥିଲା ଯୁଦ୍ଧ ରଣନୀତି । ଆଇଏସଆଇର ମୁଖ୍ୟ ଫୈଜ ହମିଦଙ୍କୁ ଆଫଗାନିସ୍ତାନ ପଠାଇଲା ।ଆଉ ମଙ୍ଗ ସମ୍ଭଳିଲା ପାକିସ୍ତାନି ସେନା । ଏହାପରେ ଚାଇନା ଦେଇଥିବା ଡ୍ରୋନ ସାହାଯ୍ୟରେ ପଂଜଶିର ଉପରେ କରିଥିଲା ବୋମା ଓ ମିଶାଇଲ ବର୍ଷଣ । ଅମରୁଲ୍ଲ୍ା ସାଲେଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହେଲା ହେଲେ ଅଳ୍ପକେ ବଂଚିଲେ ସାଲେହ । ଏହି ଆକ୍ରମଣରେ ଅହମଦ ମାସୁଦଙ୍କ ସହଯୋଗୀ ଫହିମ ଦସ୍ତି ସହ ରିଜିଷ୍ଟାନ୍ସ ଫୋର୍ସର ୭ଜଣଙ୍କ ମୃତ୍ୟୁ ହେଲା । ଏଥିପାଇଁ ପାକିସ୍ତାନ ପୂର୍ବ ଦିନରୁ ସାଟେଲାଇଟ୍ ବେସ୍ ଆକ୍ଟିଭେଟ କରିଥିଲା । ଭାରତ ସୀମାକୁ ଲାଗିଥିବା କ୍ୱେଟା ଟାରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ ।

ସବୁଠୁ ବଡ କଥା ହେଉଛି ଯେଉଁ ଡ୍ରୋନ୍ ଆକ୍ରମଣ କରି ପଂଜଶିର ଦଖଲର ବାହାବା ନେଉଛି ତାଲିବାନ ସେସବୁ ଚିନ୍ ପାକିସ୍ତାନକୁ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଉଐ-୪ ଡ୍ରୋନ୍ ଓ ଗଛ-୯ ଡ୍ରୋନ୍ ରୁ ପଂଜଶିର ଉପରେ ପାକିସ୍ତାନ୍ ଆକ୍ରମଣ କରିଛି । ଖାଲି ଏତିକି ନୁହେଁ ଗଛ-୯ ଡ୍ରୋନ୍ ଆମେରିକାର ଜ୍ଞାନକୌଶଳରେ ନିର୍ମିତ । ହେଲେ ଏହାର ଅବିକଳ କପି କରିଛି ଚାଇନା । କପି କରିବାରେ ମାହିର ଚାଇନାର ଏହିସବୁ ଡ୍ରୋନକୁ ପାକିସ୍ତାନ ଢାଲ କରି ପଂଜଶିର ଉପରେ ଆକମ୍ରଣ କରିଛି । ଗୋଟିଏ ଦେଶର ସ୍ୱାଧୀନତାକୁ ଅପହରଣ କରିନେବାରେ ତାଲିବାନ ଆତଙ୍କବାଦୀଙ୍କୁ ପାକିସ୍ତାନ ଓ ଚିନ ସାହାଯ୍ୟ କରିବାର ସ୍ପଷ୍ଟ ପ୍ରମାଣ ରହିଥିଲେ ବି ବିଶ୍ୱ ସମୁଦାୟ ନୀରବ । ଏଠି ପ୍ରଶ୍ନ ଉଠୁଛି ଆଫଗାନିସ୍ତାନ କାହାର ତାଲିବାନର, ପାକିସ୍ତାନର ନା ଚିନର?