ପାକିସ୍ତାନ ଉପରେ କାହିଁକି ବର୍ଷିଲା ଚୀନ୍? କହିଲା, ବର୍ବାଦ କରି ରଖିଦେଲା…

539

କନକ ବ୍ୟୁରୋ: ଚୀନ ପାକିସ୍ତାନ ଇକୋନୋମିକ କରିଡର (ସିପିଇସି), ଏହା ଚୀନର ଏକ ବଡ ଯୋଜନା । ଯାହାକି ପାକିସ୍ତାନରେ କାର୍ଯ୍ୟକାରୀ ହେଉଛି । ହେଲେ ପାକିସ୍ତାନରେ ଏହି ଯୋଜନାର ଧିମା ଗତି ଯୋଗୁଁ ଚୀନ କମ୍ପାନୀ ଗୁଡିକ ଏବେ ହତାଶ ହୋଇପଡିଛି । ସେହିପରି ପାକିସ୍ତାନର ଏକ ପ୍ୟାନେଲ ଏହି ଯୋଜନାରେ ୩ ବର୍ଷରେ ହୋଇଥିବା ଜିରୋ ଫଳାଫଳି ପାଇଁ ଚିନ୍ତା ପ୍ରକାଶ କରିଛି ।

ଏହି ପ୍ୟାନେଲର ସ୍ଥାୟୀ ସମିତିରେ ଅଧ୍ୟକ୍ଷତା କରୁଥିବା ସିଲମ ମାଣ୍ଡବିବାଲା କହିଛନ୍ତି କି, ପାକିସ୍ତାନରେ ସିପିଇସିର କାମକୁ ନେଇ ଚୀନ ସନ୍ତୁଷ୍ଟ ନାହିଁ । ସେହିପରି ଚୀନ ରାଜଦୂତ କହିଛନ୍ତି ପାକିସ୍ତାନ ସିପିଇସିକୁ ବର୍ବାଦ କରିଦେଇଛି । ଗତ ୩ ବର୍ଷ ହୋଇଯିବ ପାକିସ୍ତାନରେ କୌଣସି ବି କାମ ହୋଇନି ।

ତେବେ ମାଣ୍ଡବିବାଲାଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ । ଆଉ ଏନେଇ ପ୍ୟାନେଲକୁ ଆଶ୍ୱାସନା ଦେଇ କହିଛନ୍ତି, ଏବେ ଏହା ରିକଭରି ମୋଡକୁ ଚାଲିଆସିଛି । ପାକିସ୍ତାନରେ ୧୩୫ ଚୀନ କମ୍ପାନୀ ସିପିଇସି ଓ ଅନ୍ୟ ପରିଯୋଜନାରେ କାମ କରୁଛନ୍ତି ଏବେ ଆମର ଲକ୍ଷ୍ୟ ରହିବ କିପରି ସେମାନଙ୍କ ବିଶ୍ୱାସକୁ ପୁଣି ଜିତି ହେବ ।

ଗୋଟିଏ ପଟେ ସିପିଇସି ପ୍ରୋଜେକ୍ଟକୁ ନେଇ ଚୀନ ପାକିସ୍ତାନ ଉପରେ ଚିନ୍ତା ଜାହିର କରିଥିବା ବେଳେ ଆଉ ଗୋଟିଏ ପଟେ ଏହି ପ୍ରୋଜେକ୍ଟରେ କାମ କରୁଥିବା କିଛି ଚୀନ ନାଗରିକ ନିଜ ଜୀବନ ହରାଇଛନ୍ତି । ଜୁଲାଇ ମାସରେ ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ୯ ଚୀନ ନାଗରିକ ରହିଥିଲେ ।