ସୀମାରେ ହେଲିପ୍ୟାଡ ତିଆରି କରୁଛି ଚୀନ୍: ଡ୍ରାଗନ ସେନାକୁ ଉପଯୁକ୍ତ ଜବାବ ଦେବାକୁ ସଜାଗ ଅଛନ୍ତି ଭାରତୀୟ ସେନା; ସୀମାରେ ଏୟାର ଡିଫେନ୍ସ ମିଜାଇଲ୍ ମୁତୟନ କରିସାରିଛି ଭାରତ

442

କନକ ବ୍ୟୁରୋ: ସୀମା ନିକଟରେ ହେଲିପ୍ୟାଡ ତିଆରି କରୁଛି ଚୀନ୍ । ପାଙ୍ଗୋଂଗ ସୋ ଅଂଚଳରେ ଚୀନ୍ ହଲିପ୍ୟାଡ ତିଆରି କରୁଥିବାର ଖବର ମିଳିଛି । ଦୁଇ ଦେଶ ମଧ୍ୟରେ ଆଲୋଚନାରୁ କୌଣସି ସମାଧାନ ବାହାରି ନଥିବା ବେଳେ ଏହି ନୂଆ ସୂଚନା ମିଳିଛି । ଗତ ୮ ସପ୍ତାହ ଧରି ସମ୍ପୃକ୍ତ ଅଂଚଳରେ ଚୀନ୍ ପକ୍ଷରୁ ବିଭିନ୍ନ ସାମରିକ ଭିତିଭୂମି ନିର୍ମାଣ ଚାଲିଥିବା ବେଳେ ଏବେ ସେଠାରେ ହେଲିପ୍ୟାଡ ତିଆରି କରୁଛି । ଗଲୱାନ ଘାଟିରେ ଦୁଇ ପକ୍ଷର ସଂଘର୍ଷ ପରେ ସୀମାରେ ଉତେଜନା ପରିସ୍ଥିତି ଜାରି ରହିଛି ।

ଭାରତ- ଚୀନ ସୀମାରେ ଚୀନ୍ ଯୁଦ୍ଧ ବିମାନ ଓ ହେଲିକପ୍ଟର ଉଡାଇବା ପରେ ଭାରତୀୟ ସେନା ଏଲଏସିରେ ଏୟାର ଡିଫେନ୍ସ ମିଜାଇଲ ମୂତୟନ କରିଛି । ସୀମାରେ ଲାଗି ରହିଥିବା ଉତେଜନା ଭିତରେ ଯଦି ଚୀନ ଏୟାରଫୋର୍ସର ଫାଇଟର ଜେଟ୍ ବା ପିପୁଲସ ଲିବରେସନ ଆର୍ମିର କୌଣସି ହେଲିକପଟର କିଛି ଦୁଃସାହାସିକ ପଦକ୍ଷେପ ନିଅନ୍ତି ତେବେ ତାକୁ ପ୍ରତିହତ କରିବେ । ଭାରତର ଉଭୟ ଆକାଶ ବିହାନୀ ଓ ସ୍ଥଳ ବାହିନୀ ସେମାନଙ୍କର ଡିଫେନ୍ସ ମିଜାଇଲ ସିଷ୍ଟମକୁ ମୂତୟନ କରିଛନ୍ତି ।

ଭାରତ ମୂତୟନ କରିଥିବା କରିଥିବା ମିଜାଇଲ ମଧ୍ୟରେ ରହିଛି ଆକାଶ ଭଳି ଶକ୍ତିଶାଳୀ ମିଜାଇଲ୍ । ଏହି ମିଜାଇଲ ଦ୍ରୁତି ଗତିରେ ଉଡିପାରେ । ଏବଂ ଶତ୍ରୁପକ୍ଷରୁ ଯୁଦ୍ଧବିମାନ ଓ ଡ୍ରୋନକୁ କିଛି ସମୟ ମଧ୍ୟରେ ନଷ୍ଟ କରିପାରେ । ଏଥିସହ ଏହାର କେତେକ ପରିବର୍ତନ କରାଯିବାପରେ ଏହାକୁ ପାହାଡର ଉଚ୍ଚ ଶିଖରରେ ମୂତୟନ କରାଯାଇଛି । ଗତ କିଛି ସପ୍ତାହ ହେଲା ଏଲଏସିରେ ଚୀନ ତାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇ-୩୦ ଓ ଷ୍ଟ୍ରାଟେଜିକ୍ ବମ୍ବରକୁ ଭାରତୀୟ ସୀମାଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଉଡାଉଛି ।