ଚନ୍ଦ୍ରପୃଷ୍ଟରୁ ମାଟି ନମୂନା ସଂଗ୍ରହ କରି ପୃଥିବୀକୁ ଫେରିଲା ଚାଇନାର ମହାକାଶଯାନ । ୨୦୦୪ ରୁ ଆରମ୍ଭ ହୋଇଥିବା ଏହି ମିଶନକୁ ମିଳିଲା ସଫଳତା ।

271

କନକ ବ୍ୟୁରୋ : ମାଟି କେବଳ ପୃଥିବୀ ଗ୍ରହରେ ନାହିଁ । ଚନ୍ଦ୍ରପୃଷ୍ଟରେ ବି ରହିଛି ମାଟି । ହେଲେ ଏହି ମାଟି କିଭଳି । ଏହି ମାଟିରେ କ’ଣ ପୃଥିବୀର ମାଟି ଭଳି ସମାନ କି ? । ଏହି ମାଟିରେ କ’ଣ ଚାଷ କରାଯାଇ ପାରିବ କି ? । ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କିମାରେ । ହେଲେ କେବଳ ଆମ ମନରେ ନୁହେଁ ମହାକାଶ ଗବେଷକଙ୍କ ମନରେ ବି ଏଭଳି ପ୍ରଶ୍ନ ଉଙ୍କି ମାରିଥିଲା ୨୦୦୪ ମସିହାରେ । ଏହାକୁ ନେଇ ଚାଇନାର ମହାକାଶ ଗବେଷକ ମାନେ ସେବେଠାରୁ ଆରମ୍ଭ କରିଦେଇଥିଲେ ଗବେଷଣା । ଏହି ଗବେଷଣା ୨୦୦୪ ରୁ ଆରମ୍ଭ ହୋଇଥିଲେ ବି ଏବେ ତାକୁ ମିଳିଛି ସଫଳତା । ଚାଇନାର ମହାକାଶ ଯାନ ଚାଙ୍ଗ’ଇ-୫ ଗୁରୁବାର ଦିନ ଚନ୍ଦ୍ରପୃଷ୍ଟରୁ ମାଟିର ନମୂନା ଧରି ପୃଥିବୀ ପୃଷ୍ଟକୁ ଫେରିଛି । ଏହି ମହାକାଶଯାନକୁ ଚାଇନା ଡିସେମ୍ବର ୨ ତାରିଖରେ ଚନ୍ଦ୍ରପୃଷ୍ଟର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରାଇଥିଲା । ଯାହାକି ଗତକାଲି ସେଠାରୁ ମାଟିର ନମୂନା ସଂଗ୍ରହ କରି ଫେରିଛି । ଚାଇନା ନ୍ୟାସନାଲ ସ୍ପେସ୍ ଆଡମିନଷ୍ଟ୍ରେଶନ (ସିଏନଏସଏ) ର ସୂଚନା ମୁତାବକ ମହାକାଶଯାନଟି ଉତ୍ତର ଚାଇନାର ମୋଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳ ସିଜିୱାଙ୍ଗ ବ୍ୟାନରରେ ଅବତରଣ କରିଛି ।

୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ମିଶନ ସଫଳ ହୋଇଥିବା ନେଇ ସିଏନଏସଏ ର ମୁଖ୍ୟ ଜାଙ୍ଗ କେଜିଆନ ଘୋଷଣା କରିଛନ୍ତି । ଏଭଳି ନମୁନା ସଂଗ୍ରହ କରିବାକୁ ୪୦ ବର୍ଷ ତଳେ ପ୍ରଥମେ ଆମେରିକା ମିଶନ ଆରମ୍ଭ କରିଥିଲା । ଏନେଇ ବି ଆମେରିକା ଚନ୍ଦ୍ରକୁ ମହାକାଶଚାରୀ ପ୍ରେରଣ କରିଥିଲା । ହେଲେ ତାହା ବିଫଳ ହୋଇଥିଲା । ଏହାପରେ ପ୍ରଥମ କରି ଚାଇନା ଏହି ମିଶନ ଆରମ୍ଭ କରିଥିଲା ।
ସିଏନଏସଏ ର ମୁଖ୍ୟ ଜାଙ୍ଗ କେଜିଆନ କହିଛନ୍ତି କି ସଂଗୃହିତ ହୋଇ ଆସିଥିବା ଏହି ମାଟିକୁ ପରୀକ୍ଷଣ କରାଯିବ । ତାହା ପରେ ସ୍ପଷ୍ଟ ହୋଇପାରିବ କି ଚନ୍ଦ୍ରପୃଷ୍ଟ ମଣିଷ ପାଇଁ ବା ଉପଯୋଗୀ କି ନୁହେଁ ।