କନକ ବ୍ୟୁରୋ: ଆମେରିକାର ନୌସନା ଏୟାରକ୍ରାଫ୍ଟକୁ ଧମକ ଦେଇଥିଲା ଡ୍ରାଗନ ବାୟୁସେନା । ପିପୁଲସ ଲିବରେସନ ଆର୍ମି ଏୟାପୋର୍ଟରୁ ରେଡିଓ ସିଗନାଲ ଜାରି କଲା ବେଜିଂ ପ୍ରଶାସନ । ଦକ୍ଷିଣ ଚୀନ୍ ସାଗରରେ ରହିଥିବା ବିବାଦୀୟ ପାର୍ସଲ ଦ୍ୱୀପରୁ ଉଡାଣ ଭରିଥିଲା ଆମରିକାର ପି-୮ ପୋସେଡିଅନ୍ ପାଟ୍ରୋଲିଂ ଜେଟ୍ । ଏହି ଦ୍ୱୀପରେ ଛୋଟ ଛୋଟ ୧୩୦ଟି ଦ୍ୱୀପ ରହିଛି । ଏହି ସ୍ଥାନରେ ଡ୍ରାଗନ ସେନାର ସାମରିକ ଘାଟି ସମେତ ବେସ୍ କ୍ୟାମ୍ପ ମଧ୍ୟ ରହିଛି । ଦକ୍ଷିଣ ଚୀନ୍ ସାଗରର ପାଖାପାଖି ୨୧ହଜାର ଫୁଟ୍ ଉଚ୍ଚତାରେ ଉଡୁଥିବା ଆମେରିକା ବିମାନକୁ ଅଟକେଇବା ପାଇଁ ଚେତାବନୀ ଦେଇଥିଲା ଚୀନ୍ । କାରଣ ଆମେରିକାର ପାଟ୍ରୋଲିଂ ଜେଟରେ ସିଏନଏନ୍ର କିଛି ସାମ୍ବାଦିକ ଥିଲେ ବୋଲି ରିପୋର୍ଟ କହୁଛି ।
ମଝି ଆକାଶରେ ଆମେରିକା ଜେଟକୁ ରୋକିବାକୁ “ଆମେରିକା ଏୟାରକ୍ରାଫ୍ଟୁ ଚୀନ୍ ଏୟାରସ୍ପେଶର ୧୨ନଟିକାଲ ମାଇଲ ଅର୍ଥାତ୍ ୨୨ କିଲୋମିଟର ଦୂରତାରେ ଅଛି । ଆପଣ ଆଗକୁ ବଢନ୍ତୁ ନାହିଁ । ଯଦି ଆଗକୁ ବଢନ୍ତି ତେବେ ଜାହା କିଛି ଘଟିବ ସେଥିପାଇଁ ଆପଣ ଦାୟୀ ରହିବେ ବୋଲି ଡ୍ରାଗନ ସେନାର ଏୟାରପୋର୍ଟରୁ ସିଗନାଲ୍ ଦିଆଯାଇଥିଲା”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/12144.jpg)