କନକ ବ୍ୟୁରୋ : ନୂଆ ସାଟେଲାଇଟ୍ ଫଟୋରୁ ଧରାପଡିଲା ଚୀନର ଚାଲ । ଭାରତ ଓ ଚୀନ ମଧ୍ୟରେ ୧୬ ରାଉଣ୍ଡ କମାଣ୍ଡରସ୍ତରୀୟ କଥାବାର୍ତା ପରେ ପୂର୍ବ ଲଦାଖର ବିବାଦୀୟ ସ୍ଥଳରୁ ଉଭୟ ଦେଶର ସେନା ପତ୍ୟାହାର କରିଥିଲେ । ଯାହାର ପ୍ରମାଣ ନୂଆ ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି । ସାଟେଲାଇଟ୍ ଫଟୋରୁ ଜଣାପଡିଛି ଯେ, ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଏଲଏସି ନିକଟସ୍ଥ ୩ କିଲୋମିଟର ଅଂଚଳରେ ଚୀନ ଯେଉଁ ସାମରିକ ଭିତିଭୂମି ନିର୍ମାଣ କରିଥିଲା ସେସବୁର ମୁଳପୋଛ ହୋଇଯାଇଛି । ଗୋଟିଏ ସେନା ଅପସାରଣ ପୂର୍ବରୁ ଅନ୍ୟଟି ସେନା ଅପସାରଣ ପରେ । ନୂଆ ଚିତ୍ରରେ ପୂର୍ବରୁ ଚୀନ ତିଆରି କରିଥିବା ସ୍ଥାୟୀ ଘାଟି ଗୁଡିକ ଦେଖିବାକୁ ମିଳିନାହିଁ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୨ ତାରିଖରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ । ତେବେ ଏସସିଓ ସମ୍ମିଳନୀରେ ଉଭୟ ଦେଶର ନେତା ପରସ୍ପର ସହ କଥା ନ ହେବା ହାତ ନ ମିଳାଇବା ପରେ ଏହି ବିବାଦ ପୁଣି ବଢିବ ବୋଲି କୁହାଯାଉଛି ।