ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଚିତ୍ର ପ୍ରଦର୍ଶନ କଲା ଚୀନ୍ : ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ସିନୋଭେକ ବାୟୋଟେକ ଓ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ

399

କନକ ବ୍ୟୁରୋ : ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଫଟୋ ପ୍ରଦର୍ଶନ କରିଛି ଚୀନ୍ । ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ଏହି ଟିକା । ବର୍ତମାନ ଏହା ବଜାରକୁ ଆସିବ ନାହିଁ । ଏହି ଭ୍ୟାକସିନକୁ ସିନୋଭେକ ବାୟୋଟେକ ଓ ସିନୋଫାର୍ମା ପ୍ରସ୍ତୁତ କରୁଛନ୍ତି । ତେବେ ଏହାର ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଏହା ବଜାରକୁ ଆସିବ । ଏହି ଟିକାର ଅଧିକରୁ ଅଧିକ ଡୋଜ ପ୍ରସ୍ତୁତ କରିବା ପାଇଁ ସିନୋଭେକ ପ୍ରସ୍ତୁତି କରିଛି ।

ଏଥିପାଇଁ ସ୍ୱତନ୍ତ୍ର ଫ୍ୟାକ୍ଟ୍ରି ମଧ୍ୟ ନିର୍ମାଣ ହୋଇଛି । ଯେଉଁଠଇ ପ୍ରତିବର୍ଷ ପ୍ରାୟ ୩ଶହ ମିଲିୟନ ଡୋଜ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଆୟୋଜିତ ହୋଇଥିବା ଟ୍ରେଡ ଫେୟାରରେ ଏହାକୁ ପ୍ରଦର୍ଶନ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସମାଲୋଚିତ ହେବା ପରେ ଚୀନ୍ ତୁରନ୍ତ ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିଲା । ଏବଂ ଏଥିପାଇଁ କରୋନା ଟିକାର ପ୍ରଦର୍ଶନ କରାଯାଇଥିବା କୁହାଯାଇଛି । ଏହି ଟିକାର ଦୁଇଟି ଡୋଜର ମୂଲ୍ୟ ପାଖାପାଖି ୧୧ହଜାର ଟଙ୍କା ହେବ ।