ପୁଣି ବଢିଲା ଚୀନର ଦୁର୍ଦ୍ଦଶା । ଚୀନର ଅନ୍ୟ ଏକ ପ୍ରାନ୍ତରେ ଉହାନ ଭଳି ସ୍ଥିତି, ସାମ୍ନାକୁ ଆସିଲା ୩ ଶହରୁ ଅଧିକ କରୋନା ପଜିଟିଭ୍ ମାମଲା ।

1,751

କନକ ବ୍ୟୁରୋ : କୋଭିଡ-୧୯ ସଂକ୍ରମଣରେ ପ୍ରଥମେ ସଂକ୍ରମିତ ହୋଇଥିବା ଚୀନର ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ । କାରଣ ଚୀନର ଅନ୍ୟ ଏକ ପ୍ରାନ୍ତରେ ବୁହାନ ପରି ସ୍ଥିତି ସାମ୍ନାକୁ ଆସିବାରେ ଲାଗିଛି । ଉତ୍ତର ଚୀନର ହେଲୋନଜିୟାଙ୍ଗ ପ୍ରାନ୍ତରେ ଏପର୍ଯ୍ୟନ୍ତ ୩ଶହରୁ ଅଧିକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହି ସମସ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ଏହା ବ୍ୟତୀତ ଏସିମ୍ପଟୋମେଟିକ ମାମଲା ବି ସାମ୍ନାକୁ ଆସୁଛି । ଅର୍ଥାତ କରୋନା ପଜିଟିଭ ଆସିଥିବା ଆକ୍ରାନ୍ତଙ୍କର କରୋନା ସମ୍ପର୍କିତ କୌଣସି ଲକ୍ଷଣ ବି ଦେଖାଯାଉନାହିଁ ।

କିନ୍ତୁ ଏସବୁ ଭିତରେ ହଜାର ହଜାର ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ହେଲୋନଜିୟାଙ୍ଗ ସହରକୁ ଏପ୍ରିଲ ୭ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରାଯାଇଥିଲା । ଏହାର ସୀମା ଋଷକୁ ସଂଯୋଗ କରୁଛି । ଏହି ସହରରୁ ଋଷକୁ ସମସ୍ତ ବିମାନ ଯାତ୍ରାକୁ ବନ୍ଦ କରାଯାଇଛି, ହେଲେ ସଡକପଥ ଖୋଲା ରହିଛି । ଗତକାଲି ଏହି ପ୍ରାନ୍ତରୁ ୭୯ ନୂଆ ମାମଲା ସାମ୍ନାକୁ ଆସିଛି । ଏଭଳି ସ୍ଥିତିରେ ପାଖାପାଖି ୭୦ହଜାର ଲୋକଙ୍କୁ ଲକଡାଉନରେ ରଖାଯାଇଛି ।