ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ । କରୋନା ଟିକା ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଚୋରୀ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଉପରେ ସାଇବର ଆଟାକ କରିଥିଲେ ଚୀନ୍ ହ୍ୟାକର୍ସ । ସାଇବର ଗୁଇନ୍ଦା ସଂସ୍ଥା ସାଇଫାର୍ମା ଦେଇଥିବା ରିପୋର୍ଟକୁ ଭିତି କରି ଖବର ପ୍ରକାଶ କରିଛି ନ୍ୟୁଜ ଏଜେନ୍ସି ରଏଟର୍ସ ।
ସେପଟେ ଗତ ବର୍ଷ ଅକ୍ଟୋବର ମାସରେ ଭାରତର ବିଦ୍ୟୁତ୍ ପ୍ରତିଷ୍ଠାନ ଉପରେ ଚୀନ୍ ସାଇବର ଆକ୍ରମଣ କରି ସମଗ୍ର ମୁମ୍ବାଇ ସହରକୁ ଅନ୍ଧକାର କରିଦେଇଥିଲା ବୋଲି ପ୍ରକାଶିତ ରିପୋର୍ଟକୁ ସୋମବାର ଚୀନ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଅପରପକ୍ଷେ, ଚୀନ୍ ଏପରି କୁତ୍ସିତ କାର୍ଯ୍ୟ ଘଟାଇବା ସପକ୍ଷରେ ନୁହେଁ ବୋଲି ଦାବି କରାଯାଇଛି। ଏଥି ସହିତ ଚୀନ୍ର ରେଡ୍ଇକୋ ନାମକ ଗୋଷ୍ଠୀ ଭାରତୀୟ ପ୍ରତିଷ୍ଠାନକୁ ନିଶାଣ କରି ଏପରି ସାଇବର ଅପରାଧ ରଚାଇଥିଲା ବୋଲି ଆମେରିକାର ମାସାଚ୍ୟୁଟ୍ସ ସ୍ଥିତ ରେକର୍ଡେଡ୍ ଫ୍ୟୁଚର ନାମକ ସଂସ୍ଥା ଦେଇଥିବା ରିପୋର୍ଟ ପାଇଁ ଚୀନ୍ ମଧ୍ୟ ଆମେରିକା ଉପରେ ଖପା ହୋଇଛି। ସାଇବର ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଏବଂ ସେଭଳି ମନ୍ଦ ଉଦ୍ଦେଶ୍ୟକୁ ବିରୋଧ କରୁଥିବା ଚୀନ୍କୁ ବଦନାମ କରିବା ପାଇଁ ଆମେରିକାର ଏଭଳି ଚାଲ୍ ସ୍ପୃହଣୀୟ ନୁହେଁ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଵାଙ୍ଗ ୱେନ୍ବିନ୍ କହିଛନ୍ତି। କୌଣସି ସାଇବର ଆକ୍ରମଣର ଉତ୍ସ ଠଉରାଇବା କଷ୍ଟକର ହୋଇଥିବା ବେଳେ ଆମେରିକୀୟ ସଂସ୍ଥା ଏଭଳି ଅନୁମାନ ଲଗାଇ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।
ତେବେ କୌଣସି ମାଲ୍ୱେର୍ ଯୋଗୁଁ ଭାରତୀୟ ଶକ୍ତି ପ୍ରଣାଳୀ ସଂରଚନା ନିଗମ(ପୋସୋକୋ)ର କାର୍ଯ୍ୟାନ୍ବୟନ ଉପରେ ସାମାନ୍ୟତମ ପ୍ରଭାବ ପଡ଼ିନଥିଲା ବୋଲି ସୋମବାର କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଇବର ଆକ୍ରମଣ ହୋଇଥିଲେ ହେଁ ତାହାର ପ୍ରଭାବ ଯୋଗୁ୍ଁ ମୁମ୍ବାଇ ଅନ୍ଧକାର ସ୍ଥିତି ଘଟିନଥିଲା। ମାନବୀୟ ତ୍ରୁଟି ପାଇଁ ମୁମ୍ବାଇ ବିଦ୍ୟୁତ୍ ସରବରାହରେ ଗୁରୁତର ବିଶୃଙ୍ଖଳା ଦେଖାଦେଇଥିଲା ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ କହିଛନ୍ତି।
କିନ୍ତୁ ଏପଟେ ସେରମ୍ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଉପରେ ସାଇବର ଆଟାକ କରିବା କଥା ସାମ୍ନାକୁ ଆସିବା ପରେ ଏକପ୍ରକାର ଚିନ୍ତା ବଢିଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/istockphoto-519153948-170667a.jpg)