ଏଲଏସି ବିବାଦ ଭିତରେ ଚୀନର ବଡ ଦାବି । ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ହଟାଇଥିବା ଡ୍ରାଗନ ସେନାର ସୂଚନା ।

116

କନକ ବ୍ୟୁରୋ : ଦୀର୍ଘ ଦିନ ହେବ ଏଲଏସିରେ ଲାଗି ରହିଛି ଭାରତ ଓ ଚୀନ ମଧ୍ୟରେ ବିବାଦ । ଚୀନ ସେନା ପିଏଲଏ ଏଲଏସି ନିକଟରେ ଥିବା ହଟସ୍ପ୍ରିଙ୍ଗ ଅଞ୍ଚଳ ଖାଲି କରିଥିବା ଦାବି କରିଛି । ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ମିଳିତ ଭାବେ କାମ କରୁଛି ଓ ପୂର୍ବ ଲଦାଖକୁ ନେଇ ଖୁବ ଶିଘ୍ର ସମାଧାନ ମିଳିବ । ଏଥିସହ ଡ୍ରାଗନ ଦାବି କରିଛି ଗଲୱାନ, ପ୍ୟାଙ୍ଗୋଙ୍ଗ ହ୍ରଦ ଓ ହଟସ୍କ୍ରିଙ୍ଗରେ ଅସନ୍ତୋଷ ଦେଖାଦେଇଛି ।

ଏହି ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଅନେକ ଥର ବୈଠକ ବସୁଥିଲେ ବି କୌଣସି ନିର୍ଷ୍କସ ବାହାରିନି । ଶେଷ ଥର ପାଇଁ ମାର୍ଚ୍ଚ ୧୧ରେ ଭାରତ ଓ ଚୀନ ମଧ୍ୟରେ ବୈଠକ ବସିଥିଲା । ଚୀନର ଏହି ଦାବି ଭିତରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । ଚଳିତମାସ ଶେଷ ସପ୍ତାହରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିପାରନ୍ତି ।