କନକ ବ୍ୟୁରୋ : ଦୀର୍ଘଦିନ ହେବ ଜାରି ରହିଛି ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା । ଦକ୍ଷିଣ ଚୀନ ସାଗରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦେଶର ଲଢୁଆ ବିମାନ । ଆମେରିକା ଅଭିଯୋଗ କରିଛି ଚୀନର ଏୟାରକ୍ରାପ୍ଟ ବାୟୁସୀମାରେ ଅନୁପ୍ରବେଶ କରିଛି । ଏଠାରେ ପାଟ୍ରୋଲିଂ କରୁଥିବା ଆମେରିକା ଲଢୁଆ ବିମାନ ନିକଟରେ ପଇଁତରା ମାରିବା ସହ ଯୁଦ୍ଧାଭ୍ୟାସ କରିଛି । ଏନେଇ ଇଣ୍ଡୋ ପ୍ୟାସିଫିକ କମାଣ୍ଡର ଭିଡିଓ ଟୁଇଟ କରି ଚୀନ ଉପରେ ଅଭିଯୋଗ ଆଣିଛି । ଆପଣ ଦେଖିପାରୁଥିବେ କିଭଳି ଆମେରିକା ସେନା ଉଚ୍ଚ ଆକାଶରେ ପାଟ୍ରୋଲିଂ କରୁଥିବା ସମୟରେ ହଠାତ ଚୀନର ଲଢୁଆ ବିମାନ ବାୟୁସୀମାରେ ଅନୁପ୍ରବେଶ କରୁଛି ଓ ଆମେରିକା ବିମାନର ଅତି ନିକଟରୁ ଅତିକ୍ରମ କରୁଛି । କିଛି ମୂହୁର୍ତ ପାଇଁ ଦୋହଲିଯାଉଛି ଆମେରିକାର ପାଟ୍ରୋଲିଂ ବିମାନ । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଚୀନର କାର୍ଯ୍ୟକଳାପକୁ ନିନ୍ଦା କରିଛି । ତାଗିଦ କରି କହିଛି ଯଦି ବାରମ୍ବାର ଚୀନ ଏଭଳି ବାୟୁସୀମା ନିୟମ ଉଲ୍ଲଂଘନ କରେ ତେବେ ଆଗକୁ ଏହାର ବଡ ପରିଣାମ ଭୋଗିବାକୁ ପଡିବ । ସେପଟେ ଚୀନ କହିଛି ଦକ୍ଷିଣ ଚୀନ ସାଗରକୁ ଆମେରିକା ଲଢୁଆ ବିମାନ ପାଟ୍ରୋଲିଂ ପାଇଁ ପଠାଇ ଉତେଜନାକୁ ବଢାଉଛି ।

Advertisment

ଚୀନ କହିଛି ଉଭୟ ବାୟୁସୀମା ଓ ଜଳସୀମାରେ ଆମେରିକାର ଗତିବିଧି ବୃଦ୍ଧି କରୁଛି । ସେପଟେ ଆମେରିକା କହିଛି ଅର୍ନ୍ତରାଷ୍ଟ୍ରୀୟ ନିୟମକୁ ଆଖିରେ ରଖି ସେନା ଦକ୍ଷିଣ ଚୀନ ସାଗରେ ପାଟ୍ରୋଲିଂ କରୁଛି ।ଯାହା କୌଣସି ଅପରାଧ ନୁହେଁ ।

ବାୟୁସୀମା ହେଉ କି ଜଳସୀମା ଚାଇନ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ପ୍ରଥମ ଘଟଣା ନୁହେଁ । ଡିସେମ୍ବର ୨୦୨୨ରେ ଚୀନର ଏକ ଲଢୁଆ ବିମାନ ଆମେରିକା ବାୟୁସୀମାରେ ଅନୂପ୍ରବଶେ କରି କରିିଲା । ଏହାକୁ ବିରୋଧ କରି ଚୀନଠୁ ଜବାବ ମାଗିଥିଲା ଆମେରିକା