କନକ ବ୍ୟୁରୋ: ପୁଣି ଥରେ ଧରା ପଡିଛି ଚୀନର ଚାଲ । ଏଲଏସିରେ ଭାରତ ବିରୋଧୀ ଗତିବିଧି କରୁଥିବା ଚୀନ ଏବେ ଗଭୀର ସମୁଦ୍ର ଭିତରେ ନୂଆ ଷଡଯନ୍ତ୍ର କରୁଛି । ଯାହାକୁ ଧରିଛି ସାଟେଲାଇଟ ଫଟୋ । ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି ଥିବା ସାଟେଲାଇଟ ଫଟୋରୁ ଜଣାପଡିଛି । କେବଳ ସେତିକି ନୁହେଁ ବେଜିଂ ନିଜ ଯୁଦ୍ଧ ବିମାନକୁ ଏହି ଘାଟିରେ ମୃତୟନ କରିଛି । ଆଫ୍ରିକୀୟ ଦେଶ ଜିବୁଟିରେ ଚୀନ ନୌସେନାଘାଟି କାର୍ଯ୍ୟକ୍ଷମ କରିଛି । ଜିବୁଟ ହେଉଛି ଚୀନର ପ୍ରଥମ ଦରିଆପାର ସେନା ଘାଟି । ୨୦୧୬ ମସିହାରୁ ଏହି ଘାଟି ତିଆରି କରିଛି ଚୀନ । ଏହି ଘାଟିରୁ ଚୀନ ବିଭିନ୍ନ ସ୍ଥାନକୁ ଆକ୍ରମଣ କରିବା ପାଇଁ ସକ୍ଷମ ବୋଲି ଜଣାପଡିଛି । ସାଟେଲାଇଟ ଫଟୋରେ ଦେଖିବାକୁ ମିଳିଛି କି ଚୀନର ୩୨୦ ମିଟର ଲମ୍ବର ବିଶିଷ୍ଟ ଏକ ଯୁଦ୍ଧ ଜାହଜ ନୌସେନା ଘାଟିରେ ସାମିଲ ହୋଇଛି । ବେଳେ ବେଳେ ଏଠାରେ ହେଲିକପ୍ଟର ମଧ୍ୟ ଚଳାଚଳ କରୁଛି । ନିକଟରେ ଚୀନ ନିଜର ବାଲେଷ୍ଟିକ ମିଶାଇଲ ଟ୍ରାକିଂ ଜାହଜ ଯୁଆନ ୱଙ୍ଗ ଫାଇଭୁ ଶ୍ରୀଲଙ୍କା ହମ୍ପନତୋଟାରେ ମୃତୟନ କରିଛି । ଏହି ସମୟରେ ସାଟେଲାଇଟ ଏହି ଫଟୋ ଭାରତର ଚିନ୍ତା ବଢାଇଛି ।
ଭାରତ ମହାସାଗରରେ ଚୀନର ୩ ନୌସେନା ଘାଟି: ସାଟେଲାଇଟ ଜରିଆରୁ ସ୍ପଷ୍ଟ ହେଲା ଚିତ୍ର
/kanak/media/post_attachments/wp-content/uploads/2022/08/27-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)