courtesy India Today
କନକ ବ୍ୟୁରୋ : ଅନ୍ତରୀକ୍ଷରେ ନିଜର ମହାକାଶ କେନ୍ଦ୍ର ନିର୍ମାଣ କରିବ ଚୀନ । ଏଥିପାଇଁ ଗତ ରାତିରେ ଚୀନ୍ ତିନିଜଣ ମହାକାଶଚାରୀଙ୍କୁ ଏକ ୬ ମାସିଆ ଅଭିଯାନରେ ‘ସେନ୍ଝୌ-୧୩’ ନାମକ ରକେଟ୍ରେ ମହାଶୂନ୍ୟକୁ ପ୍ରେରଣ କରିଛି।
୩ ଜଣ ମହାକାଶଚାରୀ ଥିବା ‘ସେନ୍ଝୌ-୧୩’କୁ ଗତ ରାତି ପ୍ରାୟ ୧୨:୨୫ରେ ‘ଲଙ୍ଗ୍ ମାର୍ଚ-୨ଏଫ୍’ ରକେଟ୍ରେ ଉତ୍କ୍ଷେପଣ କରାଯାଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଶୂନ୍ୟରେ ରହି ପୃଥିବୀ ପ୍ରଦକ୍ଷଣ କରୁଥିବା ‘ସିଆନ୍ହେ’ ‘ମୋଡୁଲ୍ରେ ଅବତରଣ କରିବ। ଆଜି ଉତ୍କ୍ଷେପିତ ରକେଟ୍ରେ ଯାତ୍ରା କରିଥିବା କ୍ରୁ’ଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ପ୍ରବୀଣ ମହାକାଶଚାରୀ। ସେମାନେ ହେଉଛନ୍ତି ୫୫ ବର୍ଷିୟ ପାଇଲଟ୍ ଚାଇ ଚିଆଙ୍ଗ୍ ଏବଂ ଏହି ଅଭିଯାନର ଏକମାତ୍ର ମହିଳା ୪୧ ବର୍ଷୀୟା ଓ୍ଵାଙ୍ଗ୍ ୟାପିଙ୍ଗ୍। ଅନ୍ୟଜଣକ ହେଉଛନ୍ତି ପ୍ରଥମ କରି ମହାକାଶ ଯାତ୍ରା କରୁଥିବା ୪୧ ବର୍ଷିୟ ୟେ ଗୁଆଙ୍ଗ୍ଫୁ।
ଉପରୋକ୍ତ ମହାକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ମାନବ ଓ ସାମଗ୍ରୀ ନେଇ ଯାତ୍ରା କରିବାରେ ‘ସେନ୍ଝୌ-୧୩’ ହେଉଛି ୫ମ ଅଭିଯାନ। ନିର୍ମାଣାଧୀନ ଏହି ମହାକାଶ କେନ୍ଦ୍ରରେ ‘ମେଗ୍ତିଆନ୍’ ଓ ‘େଓ୍ଵନ୍ତିଆ’ ନାମରେ ଆଉ ଦୁଇଟି ‘ମୋଡୁଲ୍’ ସଂଯୁକ୍ତ କରାଯିବ। ସେତେବେଳେ ଏହାର ଓଜନ ହୋଇଯିବ ପ୍ରାୟ ୬୬ ଟନ୍।
Follow Us