ଆମେରିକାକୁ ଚୀନର ସତର୍କବାଣୀ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିପଦରେ ପଡିବ ।

Advertisment
ଆମେରିକାକୁ ଚୀନର ସତର୍କବାଣୀ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିପଦରେ ପଡିବ ।

କନକ ବ୍ୟୁରୋ : ତାଇଓ୍ଵାନ୍‌ ପ୍ରସଙ୍ଗରେ ହସ୍ତକ୍ଷେପ ବନ୍ଦ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ ସୂଚନା ଦେବା ସହ ତାଇଓ୍ଵାନ୍‌ ସରକାରୀ ଅଧିକାରୀମାନଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଅବାଧରେ ଦେଖା ସାକ୍ଷାତ୍‌ କରିବା ପ୍ରସଙ୍ଗ ଉପରେ ମଧ୍ୟ ଆପତ୍ତି ଉଠାଇଛି। ଚୀନ୍‌ କହିଛି ଯେ, ତାଇଓ୍ଵାନ୍‌ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଅସୁବିଧାରେ ପଡ଼ିବ।

ସୂଚନାଯୋଗ୍ୟ, ତାଇଓ୍ଵାନକୁ ଚୀନ୍‌ ନିଜ ଦେଶର ଅଂଶ ବୋଲି ଦାବି କରିଆସୁଛି। ସ୍ୱଂୟଶାସିତ ତାଇଓ୍ଵାନ୍‌ ସହ ସମ୍ପର୍କ ନିବିଡ଼ କରିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ନିଷ୍ପତ୍ତି ଗ୍ରହଣ କରିବା ପରେ ଚୀନ୍‌ ତାଇଓ୍ଵାନ୍‌ ଚାରିପଟେ ସାମରିକ କାର୍ଯ୍ୟକଳାପ ବଢ଼ାଇ ଦେଇଛି। ତାଇଓ୍ଵାନର ‘ଏୟାର୍‌ ଡିଫେନସ୍‌’ ଜୋନ୍‌ ଭିତରକୁ ମଧ୍ୟ ପ୍ରାୟ ଦୈନିକ ଚୀନ୍‌ ବାୟୁସେନାର ବିମାନ ଅନୁପ୍ରବେଶ କରୁଛି।

ଚୀନ୍‌ ବୈଦେଶିକ ବିଭାଗର ମୁଖପାତ୍ର ସାଓ ଲିଜିଆନ୍‌ ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାକୁ ସେମାନେ ଏ ପ୍ରସଙ୍ଗରେ ତଥ୍ୟାବଳୀଭିତ୍ତିକ ପ୍ରତିବାଦ ଦାଖଲ କରିଛନ୍ତି। ତାଇଓ୍ଵାନ୍‌ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତକ୍ଷେପ ନ କରୁ ବୋଲି ମଧ୍ୟ ଚୀନ୍‌ କହିଛି। ଯୁକ୍ତରାଷ୍ଟ୍ର ଆମେରିକାକୁ ଚୀନ୍‌ କହିଛି, ତୁରନ୍ତ ଯୁକ୍ତରାଷ୍ଟ୍ର ଆମେରିକା-ତାଇଓ୍ଵାନ୍‌ ସରକାରୀ ଅଧିକାରୀସ୍ତରୀୟ ଯୋଗାଯୋଗ ବନ୍ଦ କରାଯାଉ। ସତର୍କତା ଏବଂ ସମୁଚ୍ଚିତ ଭାବେ ସମସ୍ୟାର ପରିଚାଳନା କରାଯାଉ। ଚୀନ୍‌-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ଖରାପ ନ ହେବା ଏବଂ ତାଇଓ୍ଵାନ୍‌ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ହେଲେ ‘ତାଇଓ୍ଵାନ୍‌ ସ୍ୱାଧୀନତା ସେନା’କୁ କୌଣସି ଭୁଲ୍‌ ସଙ୍କେତ ଦିଆ ନ ଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe