କନକ ବ୍ୟୁରୋ: ଦେଶରେ ଓମିକ୍ରନର ବିଏଫ୍.୭ ପ୍ରଜାତି ଚିହ୍ନଟ ହେବା ପରେ ଆକ୍ସନରେ ସରକାର । କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଯୋଗଦେଇଛନ୍ତି । ବୈଠକ ପରେ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ୍ ଜାରିକରିପାରନ୍ତି । ବିଭିନ୍ନ ରାଜ୍ୟଗୁଡିକ ପାଇଁ ନୂଆ ଗାଇଡଲାଇନ୍ ଆସିପାରେ । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇପାରେ । ସେହିପରି ଚୀନ, ଜାପାନ ଫେରନ୍ତାଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇପାରେ । ଆଗକୁ ନୂଆବର୍ଷ ଥିବାରୁ ସମୂହ କାର୍ଯ୍ୟକ୍ରମ ଉପରେ କିଛିଟା କଟକଣା ଲାଗୁ ନେଇ ହୋଇପାରେ ନିଷ୍ପତି ।
ଚୀନ୍ ଭୂତାଣୁ: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କେନ୍ଦ୍ର ସରକାର ଜାରି କରିପାରନ୍ତି ନୂଆ ଗାଇଡଲାଇନ୍
/kanak/media/post_attachments/wp-content/uploads/2022/12/Fkk76S1aEAEqUjW.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)