ପାକିସ୍ତାନ ଉପରେ ଚୀନ୍ ଖପ୍ପା । କରାଚି ଆତ୍ମଘାତୀ ବିସ୍ଫୋରଣ ନେଇ ଦେଲା ଅଲ୍ଟିମେଟମ୍ ।

Advertisment
ପାକିସ୍ତାନ ଉପରେ ଚୀନ୍ ଖପ୍ପା । କରାଚି ଆତ୍ମଘାତୀ ବିସ୍ଫୋରଣ ନେଇ ଦେଲା ଅଲ୍ଟିମେଟମ୍ ।

କନକ ବ୍ୟୁରୋ: ଗତ କିଛି ବର୍ଷ ହେବ ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଏପ୍ରିଲ ୨୬ ତାରିଖରେ କରାଚି ୟୁନିଭର୍ସିଟି ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଚୀନ ପ୍ରଧ୍ୟାପକଙ୍କ ସହ ୪ଜଣ ପ୍ରାଣ ହରାଇବା ପରେ ପାକିସ୍ତାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି ଚୀନ୍ ।

ପାକିସ୍ତାନ୍ କରାଚି ୟୁନିଭର୍ସିଟି ବାହାରେ ବେଲୁଚିସ୍ତାନ୍ ଲିବରେସନ୍ ଆର୍ମିର ସକ୍ରିୟ କର୍ମୀ ଶାରୀ ବଲୁଚ୍ ନିଜ ଦେହରେ ବୋମା ଖଞ୍ଚି ଆସିଥିଲେ । ଚୀନର କିଛି ପ୍ରଧ୍ୟାପକ ୟୁନିଭର୍ସିଟିର ଗେଟ୍ ଭିତରକୁ ପ୍ରବେଶ କରିବା ସମୟରେ ବିସ୍ଫୋରଣ ଘଟାଇଥିଲେ । ଏନେଇ ଆଲୋଚନା ପାଇଁ ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କୁ ଭେଟିଛନ୍ତି ପାକିସ୍ତାନରେ ଅବସ୍ଥାପିତ ଚୀନର ଉପରାଜଦୂତ ପାଙ୍ଗ ଚୁନସ୍କ୍ୟୁ । ବିସ୍ଫୋରଣରେ ସାମିଲ ଥିବା ଅଭିଯୁକ୍ତଙ୍କୁ ।ଯଥାଶୀଘ୍ର ଗିରଫ କରାଯାଇ ଦଣ୍ଡ ଦେବାକୁ ଚୀନ୍ ଉପରାଜଦୂତ ଦାବି କରିଥିବାବେଳେ ପାକିସ୍ତାନ ଏଥିରେ ସହମତି ପ୍ରକାଶ କରିବା ସହ ଚୀନ ସହ ପାକିସ୍ତାନର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଯଥାସାଧ୍ୟ ଚେଷ୍ଟା କରୁଥିବା ସେ କହିଛନ୍ତି ।

ରାଣା ସଲାଉଲ୍ଲାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶାହାବାଜ୍ ସରିଫଙ୍କ ନେତୃତ୍ୱରେ ହୋଇଥିବା ମିଳିତ ସରକାର ପାକିସ୍ତାନ -ଚୀନ ସମ୍ପର୍କକୁ ଶିଖରକୁ ନେଇଯିବେ । କେବଳ ଏହା ନୁହେଁ ପାକିସ୍ତାନ ସହ ଚୀନର ସମ୍ପର୍କକୁ ଖରାପ କରିବାକୁ ଯେଉଁ ଷଡଯନ୍ତ୍ର ଚାଲିଛଇ ତାକୁ କେବେବି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ ରାଣା ସଲାଉଲ୍ଲାହ ଦୃଢତା ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe