ଜି-୨୦ ସମ୍ମିଳନୀର ବୈଠକରେ ଯୋଗଦେଲାନି ଚୀନ: ଅରୁଣାଚଳପ୍ରଦେଶ ଇଟାନଗରରେ ହେଇଥିଲା ଗୋପନୀୟ ବୈଠକ

198

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ଆୟୋଜିତ ଜି-୨୦ ସମ୍ମିଳନୀର ଏକ ଗୋପନୀୟ ବୈଠକରେ ଯୋଗ ଦେଲା ନାହିଁ ଚୀନ୍ । ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଏହି ବୈଠକ ହୋଇଥିଲା । ଏହା ଭାରତର ପୂର୍ବୋତର ରାଜ୍ୟ ହୋଇଥିବା ବେଳେ ଚୀନ୍ କିନ୍ତୁ ଏହାକୁ ତିବ୍ଦବର ଅଂଶ ବୋଲି ଦାବି କରିଆସୁଛି । ନିକଟ ଅତୀତରେ ଚୀନର ଏଭଳି ଦାବିକୁ ଭାରତ ଖାରଜ କରିଆସିଛି ଏବଂ ଅରୁଣାଚଳ ପ୍ରଦେଶକୁ ନିଜର ଏକ ଅଭିନ୍ନ ଅଙ୍ଗ ବୋଲି କହିଛି । ଅରୁଣାଚଳ ଇଟାନଗରରେ ଆୟୋଜିତ ବୈଠକରେ ୫୦ରୁ ଅଧିକ ପ୍ରତିନିଧି ଦଳ ନେଇଥିଲେ । କିନ୍ତୁ ନିମନ୍ତ୍ରଣ ସତ୍ୱେ ଚୀନ୍ ଏହି ବୈଠକକୁ ଆସିନଥିଲା । ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ । ଏହାପୂର୍ବରୁ ଜି-୨୦ର ଅଂଶବିଶେଷ ଭାବେ ଭାରତର ପ୍ରାୟ ୫୦ଟି ସହରରେ ବିିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ଇଟାନଗରରେ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ବୈଠକ ଆୟୋଜନ କରାଯାଇଥିଲା । ଏହାର ଥିମ୍ ‘ରିସର୍ଚ୍ଚ ଇନୋଭେସନ୍ ଇନିସିଏଟିଭ୍ ଗ୍ୟାଦରିଂ’ ରଖାଯାଇଥିଲା । ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଅରୁଣାଚଳ ବିଧାନସଭା ଓ ଇଟାନଗରରେ ଥିବା ବୌଦ୍ଧ କଳାକୃତି ବୁଲି ଦେଇଥିଲେ ।