ଭାରତ ଉପରେ କଟାକ୍ଷ କଲା ଚୀନ୍ ଗଣମାଧ୍ୟମ ! କହିଲା ଦେଶରେ ଦମ୍ ନାହିଁ , ଆମ ସାମଗ୍ରୀକୁ ହିଁ ବ୍ୟବହାର କରିବେ ଭାରତୀୟ । 

ଭାରତ ଉପରେ କଟାକ୍ଷ କଲା ଚୀନ୍ ଗଣମାଧ୍ୟମ ! କହିଲା ଦେଶରେ ଦମ୍ ନାହିଁ , ଆମ ସାମଗ୍ରୀକୁ ହିଁ ବ୍ୟବହାର କରିବେ ଭାରତୀୟ । 

India TV

ଚୀନ୍ ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚତୁର୍ଥଥର ଆତଙ୍କବାଦୀ ମସୁଦ୍ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ପାଇଁ ଭିଟୋ ପାୱାରର ବ୍ୟବହାର କରିବା । ଏବଂ କିଛି ଦିନ ହେଲା ପାକିସ୍ତାନକୁ ମଧ୍ୟ ପ୍ରତି କ୍ଷେତ୍ରରୁ ବଚାଂଇ ଆସୁଥିବା ରାଷ୍ଟ୍ର ଚୀନ୍ ର ସାମଗ୍ରୀକୁ ଭାରତରେ ବହିଷ୍କାର କରିବା ପାଇଁ କଥା ଉଠୁଥିବା ବେଳେ ଚୀନ୍ ଗଣମାଧ୍ୟମ ଏନେଇ ଭାରତକୁ କଟାକ୍ଷ କରିଛି । ଚୀନର ସରକାରୀ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍’ ରେ କୁହାଯାଇଛି , ଭାରତୀୟଙ୍କୁ ଏହି କଥା ପସନ୍ଦ ଆସୁ କି ନଆସୁ ତାଙ୍କୁ ତ ଚୀନ୍ ସାମଗ୍ରୀକୁ ହିଁ ବ୍ୟବହାର କରିବାକୁ ପଡିବ । କିଛି ଭାରତୀୟ ବିଶ୍ଲେଷକ ଏବଂ ଜନତା ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା କଥା କହୁଥିଲେ ମଧ୍ୟ ଏହା କେବେ ବି ସମ୍ଭବ ନୁହଁ । ଯେବେଠାରୁ ବିଶ୍ୱ ଆତଙ୍କବାଦୀ ଭାବେ ମସୁଦ୍ ଅଜହରକୁ ୟୁଏନ୍ ରେ ଚୀନ୍ ଦ୍ୱାରା ରୋକ ଲଗାଗଲା ସେବେଠାରୁ ଟ୍ୱିଟରରେ ହ୍ୟାସଟାଗ୍ “ବଏକଟ୍ ଚାଇନିଜ୍ ପ୍ରଡକ୍ଟ” ଲୋକପ୍ରିୟ ହୋଇଥିଲେ ହେଁ ଏତେ ବର୍ଷରେ ଏହି ବହିଷ୍କାର କେତେ ସଫଳ ହୋଇଛି? ଏହା ଏଥିପାଇଁ ଯେ ଭାରତ ନିଜସ୍ୱ ସାମଗ୍ରୀର ଉତ୍ପାଦନ କରିପାରିବ ନାହିଁ ।

publive-image

‘ଗ୍ଲୋବାଲ୍ ଟାଇମ୍’ ମୁତାବକ ଭାରତୀୟ ମାନ୍ୟୁଫ୍ୟାକ୍ଚରିଙ୍ଗ୍ ଇଣ୍ଡଷ୍ଟ୍ରୀ ଏବେ ବି ଅନୁନ୍ନତ ଅବସ୍ଥାରେ ରହିଛି ଏବଂ ଏଥିରେ ପ୍ରତିଦ୍ୱନ୍ଦ କଲା ଭଳି କ୍ଷମତା ନାହିଁ । ଏହି କାରଣରୁ ଭାରତରେ ‘ବଏକଟ୍ ଚାଇନିଜ୍ ପ୍ରଡକ୍ଟ’ ଅଭିଯାନ ଅସଫଳ ରହିଛି । । ଏହାସହ ଏହି ଚୀନ୍ ଖବରକାଗଜ କହିଛି ଯେ ଯଦି ଆଗାମୀ ଲୋକସଭା ନିର୍ବାଚନରେ ପ୍ରତ୍ୟାଶୀ ରାଷ୍ଟ୍ରବାଦ ଉପରକୁ ଉଠିବା ପାଇଁ ତଥା ଲୋକପ୍ରିୟତା ହାସଲ କରିବା ପାଇଁ ଚୀନକୁ ଯଦି ଡର ଦେଖାଇବେ ତେବେ ଏହା ଖୁବ୍ ଭୟାବହ ହେବ । ଅନ୍ୟପକ୍ଷରେ ଆତଙ୍କବାଦୀ ମସୁଦ୍ ଅଜହରକୁ ନେଇ ଚୀନର ଦରଦ ପ୍ରତି ଭାରତବାସୀ କ୍ରୋଧ ପ୍ରକାଶ କରୁଛନ୍ତି । ଏଥିପାଇଁ ଦେଶର ସବୁଠାରୁ ବଡ ବ୍ୟାପାର ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ତରଫରୁ ଦିଲ୍ଲୀ ସମେତ ଦେଶର ୧୫୦୦ ଟି ସ୍ଥାନରେ ଚୀନ୍ ସାମଗ୍ରୀକୁ ଜଳାଯାଉଛି ଏବଂ ଚୀନ୍ ସାମଗ୍ରୀର ବହିଷ୍କାର କରିବା ପାଇଁ ମଧ୍ୟ ସଂକଳ୍ପ ନିଆଯାଉଛି । ଏହାସହ ସରକାରଙ୍କୁ ମଧ୍ୟ ଚୀନ୍ ସହ ବ୍ୟାପାରକୁ ବନ୍ଦ କରିବା ପାଇଁ କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe