କନକ ବ୍ୟୁରୋ : ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଦୁଇଦିନ ଧରି ଚାଲିଥିବା ଏହି ଶିଖର ସମ୍ମିଳନୀକୁ ଅନ୍ୟତମ ସଫଳ ସମ୍ମିଳନୀ ବୋଲି ବିବେଚନା କରାଯାଉଛି । ହେଲେ ସେପଟେ ଚୀନ ଜି-୨୦ ବୈଠକକୁ ନେଇ ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ ବା ସିଆଇସିଆଇଆର ନାମକ ସଂସ୍ଥା ଅଭିଯୋଗ ଆଣିଛି ।

Advertisment

ସିଆଇସିଆଇଆର ଚୀନର ସୋସିଆଲ ମିଡିଆ ୱିଚାଟରେ ଲେଖିିଛି, ଆୟୋଜକ ଭାବେ ଭାରତ ଜ-୨୦ରୁ ଫାଇଦା ଉଠାଇଛି । ଆଉ ଚୀନର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି । ସଂସ୍ଥାର ଅଭିଯୋଗ ବିବାଦୀୟ ଅରୁଣାଚଳପ୍ରଦେଶ ଓ କାଶ୍ମୀରରେ ଜି-୨୦ ବୈଠକ କରିଛି । ଏହା ସଂଘୀୟ ପରିବେଶକୁ ନଷ୍ଟ କରିଛି । ଏହାଛଡା ଚୀନକୁ ସମାଲୋଚନା କରିବା ପାଇଁ ରୁଣ ଯନ୍ତା ପ୍ରସଙ୍ଗ ଉଠାଇ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ସହ ଭାରତ ହାତ ମିଳାଇଥିବା ଚୀନ ଅଭିଯୋଗ କରିଛି ।