କନକ ବ୍ୟୁରୋ : ପଡୋଶୀ ଦେଶମାନଙ୍କର ଜମି ଦଖଲ କରିବା ପରେ ଏବେ ମହାକାଶରେ ଥିବା ସମ୍ପତ୍ତିକୁ କିଭଳି ଦଖଲ କରାଯାଇପାରିବ ତାହା ଉପରେ ଏବେ ଚୀନର ନଜର ରହିଛି । ଚୀନର ଲକ୍ଷ୍ୟ ରହିଛି କି, ମହାକାଶରେ ଥିବା କ୍ଷୁଦ୍ରଗ୍ରହକୁ ଯାତ୍ରା କରି ସେଠାରେ ଥିବା ବିକଶିତ ଖଣିଜ ପଦାର୍ଥକୁ ଲୁଟ୍ କରିବା । ଚୀନର ମହାକାଶ ବୈଜ୍ଞାନିକମାନେ ଏନେଇ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିରେ ଚଳିତ ଶତାବ୍ଦିର ଶେଷ ସୁଦ୍ଧା ସୌରମଣ୍ଡଳରେ ଚୀନ ଏକ ସ୍ପେସ୍ ରିସୋର୍ସ ସିଷ୍ଟମ ପ୍ରସ୍ତୁତ କରିବ ।

Advertisment

ଚାଇନା ଏୟାରସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ କର୍ପୋରେଶନର ମୁଖ୍ୟ ବୈଜ୍ଞାନିକ ବାଙ୍ଗ୍ ବି ଙ୍କ ଦେଖାରଖାରେ ଏହି ସିଷ୍ଟମକୁ ପ୍ରସ୍ତୁତ କରାଯାଇଛି । ଏହି ସିଷ୍ଟମ ମୁତାବକ ଏହି ସିଷ୍ଟମର ମୁଖ୍ୟ ଲକ୍ଷ୍ୟ ହେଉଛି ମହାକାଶରେ ଥିବା ପାଣି ଓ ଖଣିଜ ସଂସାଧନକୁ ଖୋଜିବା ଓ ତାଙ୍କୁ ଉତ୍ତୋଳନ କରି ବ୍ୟବହାର କରିବେ । ବାଙ୍ଗଙ୍କ କହିବା କଥା ହେଉଛି ସ୍ପେଶ ଟେକ୍ନୋଲୋଜୀରେ ହୋଇଥିବା ବିକାଶ କାରଣରୁ ଖୁବଶୀଘ୍ର ଚନ୍ଦ୍ର ସହ ଅନ୍ୟ ଗମ୍ଭୀର ମହାକାଶକୁ ଯାଇ ସେଠାରେ ଥିବା ସମ୍ପଦକୁ ଖୋଜିବା ଓ ଏହାକୁ ଆର୍ଥିକ ଲାଭ ଉର୍ଦ୍ଦେଶ୍ୟରେ ବ୍ୟବହାର କରିବା ।

ଦକ୍ଷିଣ ଚାଇନାର ‘ମର୍ନିଂ ପୋଷ୍ଟ’ ମୁତାବକ ମିଙ୍ଗ ରାଜବଂଶର ବୈଜ୍ଞାନିକ ସୋଙ୍ଗ୍ ୟିଙ୍ଗସିଙ୍ଗଙ୍କ ପୁସ୍ତକ ତିଆଙ୍ଗୋଙ୍ଗ କାଇଉ ନାମରେ ଏହି ଚୀନ ବ୍ୟବସ୍ଥାର ନାମକରଣ କରାଯାଇଛି । ବାଙ୍ଗ କହିଛନ୍ତି କି, ତାଙ୍କ ଦେଶର ଏହି ପଦକ୍ଷେପ ବିଶ୍ୱ ମହାକାଶର ଅର୍ଥନୀତିକୁ ପ୍ରୋତ୍ସାହିତ କରିବ । ତେବେ ଚୀନର ଏଭଳି ପଦକ୍ଷେପକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଦକ୍ଷିଣ ଚୀନ ସାଗରରେ ଯେଉଁଭଳି ଭାବେ ଏହା ଦ୍ୱୀପପୁଞ୍ଜ ଦଖଲ କରିଛି ମହାକାଶର ଗ୍ରହାଣୁପୁଞ୍ଜ ସହ ଚୀନ ମଧ୍ୟ ସେହିଭଳି କରିପାରେ ।

ଚାଇନା ସ୍ପେସ୍ ନ୍ୟୁଜ୍ ମୁତାବକ ଗତ ୩ବର୍ଷ ଧରି ବାଙ୍ଗ୍ ଏବଂ ତାଙ୍କ ଟିମ୍ ମହାକାଶ ସମ୍ବଳର ଉପଯୋଗ ପାଇଁ ଆବଶ୍ୟକ ଜ୍ଞାନକୌଶଳ ବିକଶିତ କରିବା ଦିଗରେ କାମ କରୁଛନ୍ତି । ମହାକାଶରେ ଥିବା ଗ୍ରହ ବୃହସ୍ପତି, ଚନ୍ଦ୍ର, ମଙ୍ଗଳ ଆଦିରେ ବରଫ ଆକାରରେ ଜଳ ଗଚ୍ଛିତ ହୋଇ ରହିଥାଏ । ବରଫ ଆକାରରେ ଥିବା ଏହି ଜଳକୁ ବ୍ୟବହାର କରିବା ହେଉଛି ଚୀନର ଉଦ୍ଦେଶ୍ୟ । ଏଥିପାଇଁ ଏକ ସୁବିଧା ସୃଷ୍ଟି କରାଯିବ ଏବଂ ତା ପରେ ସୌରମଣ୍ଡଳରେ ବ୍ୟବହାର ପାଇଁ ପୁନଃ ଯୋଗାଣ ବ୍ୟବସ୍ଥା ପ୍ରସ୍ତୁତ କରାଯିବ ।

ବାସ୍ତବରେ ଆମ ସୌରମଣ୍ଡଳରେ ୧୩ ଲକ୍ଷରୁ ଅଧିକ ଗ୍ରହାଣୁପୁଞ୍ଜ ରହିଛନ୍ତି । ସେଥି ମଧ୍ୟରୁ ୭ଶହଟି ପୃଥିବୀର ଅତି ନିକଟତର । ପ୍ରତ୍ୟେକ ଗ୍ରହାଣୁର ମୂଲ୍ୟ ୧୦୦ ଟ୍ରିଲିୟନ ଡଲାରରୁ ଅଧିକ । ଏଭଳି ୧୨୨ଟି ଗ୍ରହାଣୁ ରହିଛି ଯାହାକୁ ସହଜରେ ଖୋଳାଯାଇପାରିବ । ଏହି କାରଣରୁ ଚୀନ ମହାକାଶରେ ଥିବା ଗ୍ରହାଣୁଗୁଡିକୁ ଦଖଲ କରିବାକୁ ଚାହୁଁଛି । ୨୦୨୫ ମସିହାରୁ ୨୧୦୦ ଶତାବ୍ଦି ଶେଷ ମଧ୍ୟରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ଚୀନ ସମୟ ସୀମା ଧାର୍ଯ୍ୟ କରିଛି ।