ଏଲଏସି ନିକଟରୁ ଠାବ ହେଲେ ଚୀନ ସୈନିକ । ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସହ ଗିରଫ କଲା ଭାରତୀୟ ସେନା

909

କନକ ବ୍ୟୁରୋ : ଭାରତ – ଚୀନ ମଧ୍ୟରେ ବିବାଦକୁ ନେଇ ସୀମାରେ ଉଭୟ ଦେଶରେ ସୈନିକ ଠୁଳ ହୋଇଛନ୍ତି । କିଛିଦିନ ତଳେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ହେବା ପରେ ଭାରତୀୟ ସେନା ସୀମା ନିକଟରେ ପୁରା ରକ୍ତମୁଖା ହୋଇ ରହିଛନ୍ତି । ଏଭଳି ସ୍ଥଳେ ଆଜି ସୀମାରେଖା ନିକଟ ଚୁମାର ଡେମଚୋକ ଠାରେ ଜଣେ ଚିନୀ ସେନାକୁ ଗିରଫ୍ କରାଯାଇଛି ।
ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲାଦାଖର ଚୁମାର ଡେମଚୋକ ନିକଟରେ ଭାରତୀୟ ସେନା ଜଣେ ଚୀନ ସୈନ୍ୟକୁ ଧରିଛନ୍ତି । ସେନାର ସୂତ୍ର ମୁତାବକ ସୈନିକ ଜଣକ ଭୁଲରେ ସୀମାରେଖା ଏପାରିକୁ ଚାଲି ଆସିଥିଲେ । ସେନା ଅଧିନିୟମ ମୁତାବକ ତାଙ୍କୁ ଯାଂଚ କରାଯିବା ପରେ ପୁଣି ଚୀନ ସେନାକୁ ହସ୍ତାନ୍ତର କରାଯାଇ ପାରେ ବୋଲି କୁହାଯାଇଛି ।
ଧରା ଯାଇଥିବା ଏହି ଚୀନ ସୈନିକ ଜଣକ ଷଷ୍ଠ Motorized Infantry Division ର ସିପାହୀ । ସେ ଗୁପ୍ତ ସୂଚନା ନେବାକୁ ଆସିଥିଲା କି ଏମିତି ଭୁଲରେ ଚାଲିଆସିଥିଲା ସେ ନେଇ ପଚରା ଉଚରା ଜାରି ରହିଛି । ହେଲେ ତାଙ୍କ ଠାରୁ ନାଗରିକ ଓ ସାମରିକ ଦସ୍ତାବିଜ ଜବତ୍ କରାଯାଇଛି ।
ସୂତ୍ର ଦାବି କରିଛି କି ଧରାପଡିଥିବା ଚୀନ ସେନା ଜଣଙ୍କ ତାଙ୍କ ୟାକ୍ ପୁନରୁଦ୍ଧାର ପାଇଁ ସୀମାରେଖା ପାରି ହୋଇ ଭାରତ ସୀମାକୁ ଆସିଥିଲେ। ହେଲେ ସେ ଏକକୀ ଥିଲେ ଓ ତାଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ‘ଯଦି ସେ ଅଜାଣତରେ ଭାରତ ସୀମାକୁ ପଶି ଆସିଛନ୍ତି ତେବେ ସୀମାରେଖା ନିୟମ ମୁତାବକ ତାଙ୍କୁ ଚାଇନା ସେନାକୁ ହସ୍ତାନ୍ତର କରାଯିବ । ’