କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ପୁଣି ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ଚୀନ । ତାଇୱାନର ଆକାଶ ସୀମାର ଡିଫେନ୍ସ ଜୋନରେ ଚୀନ ବାୟୁସେନାର ୧୮ଟି ଯୁଦ୍ଧ ବିମାନ ଅନୁପ୍ରବେଶ କରିଥିଲା । ତେବେ ତାଇୱାନ ସେନା ସତର୍କ ହୋଇ ଡ୍ରାଗନ ସେନାର ବିମାନକୁ ଘଉଡାଇଥିବା ଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ଉତେଜନା ଜାରି ରହିଛି । ଚୀନ ବାରମ୍ବାର ତାଇୱାନର ଆକାଶ ସୀମା ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ।

Advertisment

ଏହାପୂର୍ବରୁ ଜାନୁୟାରୀ ୨୩ ତାରିଖରେ ଚୀନର ୩୯ଟି ଯୁଦ୍ଧ ବିମାନ ତାଓକ୍ୱାନ ଆକାଶ ସୀମାରେ ଅନୁପ୍ରବେଶ କରିଥିଲା । ସେହି ସମୟରେ ତାଇଓକ୍ୱାନ ବିରୋଧ କରିବାରୁ ଚୀନ ଜବାବ ଦେଇଥିଲା ନିଜ ଦେଶର ସାର୍ବଭୌମତ୍ୱ ସୁରକ୍ଷା ପାଇଁ ଏହା ସେନାର ପଦକ୍ଷେପ ଥିଲା । ଚୀନ ତାଇୱାନକୁ ନିଜ ଦେଶର ଅଂଶ ବୋଲି ଦାବି କରି ଆସୁଛି । ତେଣୁ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣରେ ଉତ୍ସାହିତ ହୋଇ, ବେଜିଂ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ରହିଛି । ତେଣୁ ସେନାବାହିନୀକୁ ଅଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଇୱାନ ରାଷ୍ଟ୍ରପତି ।

ସେପ୍ଟେମ୍ବର ୨୦୨୦ ମସିହାରୁ ଚୀନ ତାଇୱାନର ଏୟାର ଡିଫେନ୍ସ ଆଇଡେଟିଂଫିକେସନ ଜୋନ ବା ଏଆଇଜେଡରେ ବାରମ୍ବାର ଅନୁପ୍ରବେଶ କରି ଆସୁଛି । ଗତ ୨୩୯ ଦିନରେ ଚୀନ ବିମାନ ୯୬୧ ଥର ତାଇୱାନ ଆକଶ ପଥର ଡିଫେନ୍ସ ଜୋନରେ ଅନୁପ୍ରବେଶ କରିଥିଲା ସୂଚନା ମିଳିଛି । ତେଣୁ ଯେକୌଣସି ମୂହୂର୍ତରେ ଚୀନ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।