ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ । କରୋନା ଭୟ ସମୟରେ ଜାହାଜ ଆସିବାରୁ ବନ୍ଦର କର୍ମଚାରୀଙ୍କ ବିରୋଧ

ସେପଟେ ଚୀନରୁ ଫେରିଲେ ଓଡିଆ ଦମ୍ପତି

1,083

କନକ ବ୍ୟୁରୋ: ଧାମରା ବନ୍ଦରରେ ଲାଗିଲା ଚାଇନା ଜାହାଜ । ଚାଇନାରେ ଏବେ କରୋନା କାୟା ବିସ୍ତାର କରିିଛି । ଆଉ ଏହାରି ଭିତରେ ଧାମରା ବନ୍ଦରରେ ଚାଇନା ଜାହଜ ଲାଗିଥିବା ବେଳେ ଭୟରେ କାମ କରୁଛନ୍ତି ବନ୍ଦର କର୍ମଚାରୀ । ଏହାକୁ ବିରୋଧ କରିବାରୁ ଜାହାଜର ପତାକା କାଢି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍, କୋଇଲା ଭର୍ତ୍ତି ହୋଇଆସିଛି ।

ସେପଟେ କରୋନାରୁ ବର୍ତ୍ତି ଯାଇଛନ୍ତି ଜୟପୁର ଦମ୍ପତି । ଚୀନରେ କରୋନା ପାଇଁ ଆତଙ୍କ ଖେଳିଯାଇଥିବାବେଳେ ଏଥିରୁ ବର୍ତିଯାଇଛନ୍ତି ଜୟପୁର ଦମ୍ପତ୍ତି । ଜୟପୁର ବକ୍ସିସାହିର ମାନସ ବକ୍ସି ଓ ତାଙ୍କ ସ୍ତ୍ରୀ ପ୍ରତିମା ସାହୁ ଚୀନରୁ ଫେରିଛନ୍ତି । ସେମାନେ ଚୀନର ସାମେନ ସିଟିରେ ରହୁଥିଲେ । ନୂଆବର୍ଷ ଛୁଟି ଯୋଗୁଁ ସେମାନେ ଜାନୁଆରୀ ୧୬ରୁ ଆସି ୧୭ରେ କେଲକାତାରେ ପହଂଚିଥିଲେ । ଆଉ ବୁଲାବୁଲି ସାରି ୨୧ ତାରିଖରେ ଜୟପୁର ଫେରିଥିଲେ ।

ପରେ ଜଣାପଡିଥିଲା ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ଏହି ଦମ୍ପତି ଫେବୃଆରୀ ୯ରେ ଚୀନ ଫେରିବା ପାଇଁ ଟିକେଟ କରିଥିଲେ । ଭାରତ ସରକାର ପ୍ରବାସୀଙ୍କୁ ଚୀନ ଯିବା ପାଇଁ ବାରଣ କରିଥିବାରୁ ସେମାନଙ୍କ ଫେରିବା କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତେବେ ସେମାନେ ଯେଉଁଠି ରହୁଛନ୍ତି ସେଠାରେ କରୋନାର ପ୍ରଭାବ ନଥିବା ଏହି ଦମ୍ପତି କହିଛନ୍ତି । କରୋନା ପ୍ରଭାବିତ ଉହାନରୁ ବହୁଦୂରରେ ଏମାନେ ଚୀନରେ ରହନ୍ତି ।