ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ !! ସତର୍କ ହେଲା ନୌସେନା

4,220

କନକ ବ୍ୟୁରୋ : ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବ୍ୟସ୍ତ ଥିବାବେଳେ ଏହି ଭୁତାଣୁ ର ଉତ୍ପତ୍ତିସ୍ଥଳ ଚୀନ ଗୋପନରେ ନିଜ ବିସ୍ତାରବାଦୀ କାର୍ଯ୍ୟକ୍ରମ ଜାରି ରଖିଛି । ଗତ କିଛି ଦିନ ଧରି ଚୀନର ପ୍ରାୟ ୭-୮ଟି ଯୁଦ୍ଧ ପୋତ ଭାରତ ମହାସାଗରରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ଭାରତୀୟ ନୌସେନା ସତର୍ତ ହୋଇଉଠିଛି ।

ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ସବୁ ସ୍ଥିତିର ସାମନା କରିବାକୁ ନୌସେନା ପ୍ରସ୍ତୁତ ରହିଛି । ନୌସେନାର ଯୁଦ୍ଧ ଜାହାଜ ଓ ବୁଡ଼ାଯାହାଜଗୁଡ଼ିକ ନିୟମିତଭାବେ ଭାରତ ମହାସାଗରରେ ରହି ଭାରତୀୟ ଜଳସୀମାର ସୁରକ୍ଷା କରୁଛନ୍ତି ।

ଭାରତୀୟ ନୌସନାର ଡୋନିୟର ସ୍କାର୍ଡନ ମୁତୟନ ହୋଇଛନ୍ତି । ଏହାଛଡ଼ା ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି ।
କିଛିଦିନ ତଳେ ଚୀନ ଜାହାଜ ଗୁଡ଼ିକ ଭାରତ ମହାସାଗର ଓ ଦକ୍ଷିଣଚୀନ ସାଗରକୁ ଯୋଡ଼ୁଥିବା ମାୟାକୋ ପ୍ରଣାଳୀ ଦେଇ ଗତି କରୁଥିବ ଜଣାପଡ଼ିଥିଲା । ଏହାକୁ ନେଇ ଚୀନ ଓ ଫିଲପାଇନ୍ସ, ଇଣ୍ଡୋନେସିଆ ଆଦି ଦେଶମାନଙ୍କ ସହ ବିବାଦ ଜାରି ରହିଛି ।