ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ହାତବାରିଶୀ କରିଥିଲା ଚୀନ୍ । କରୋନା ସଂକ୍ରମଣ ତଦନ୍ତ ପାଇଁ ଡବ୍ଲୁଏଚଓ ସାମ୍ନାରେ ରଖିଥିଲା ସର୍ତ୍ତ

479

କନକ ବ୍ୟୁରୋ : ଚୀନର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣର କାରଣ ଖୋଜିବାକୁ ଚାହୁଁଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ସାରା ବିଶ୍ୱ ଆଗରେ ନିନ୍ଦିତ ହେବା ଭୟରେ ଡବ୍ଲୁଏଚଓକୁ ବାଟବଣା କରିଥିଲା ବେଜିଂ । ଏଥିପାଇଁ ଫେବ୍ରୁୟାରୀ ମଧ୍ୟଭାଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଚୀନ୍ ଗସ୍ତରେ ଯାଇଥିଲା । ଏହି ସମୟରେ କରୋନା ସଂକ୍ରମଣରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏବଂ ଏହି ଭୂତାଣୁ କେଉଁଠୁ ବ୍ୟାପିଲା ଏବଂ ଏହା ପଶୁ ଦେହରୁ ମଣିଷ ଦେହକୁ କିପରି ସଂକ୍ରମଣ ହେଲା ଏହା ଜାଣିବା ଅତ୍ୟନ୍ତ ଜରୁରୀ ଥିଲା । କାରଣ ଭୂତାଣୁର ସୋର୍ସ ବା ଉତ୍ପତିସ୍ଥଳ ବିଷୟରେ ନଜାଣିଲେ ଏହି ଭବିଶ୍ୟତରେ ବିପଦ ବଢାଇବ ବୋଲି ଡବ୍ଲୁଏଚଓର ଜରୁରୀକାଳିନ ନିର୍ଦ୍ଦେଶକ ଡକ୍ଟର ମାଇକଲ ରେୟନ କହିଥିଲେ ।

ଭୂତାଣୁ ସଂକ୍ରମଣ ନେଇ ତଦନ୍ତ କରିବା ପାଇଁ ପହଂଚିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍କୁ କେତେକ ସର୍ତ ରଖି ତଦନ୍ତ ପାଇଁ ଅନୁମତି ଦେଇଥିବା ଚୀନ୍ । ଯେଉଁଥିରେ ରାଜି ହୋଇଯାଇଥିବା ଡବ୍ଲୁଏଚଓ । ତେବେ ଭୂତାଣୁର ଉତ୍ପତିସ୍ଥଳ ଖୋଜିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳିନ ନିର୍ଦ୍ଦେଶକ ଓ ଅନ୍ୟ ବିଶେଷଜ୍ଞଙ୍କ ମତକୁ ବେଖାତିର କରିଥିଲା ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭୂତାଣୁ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଚୀନ୍ କଣ ପଦକ୍ଷେପ ନେଇଥିଲା ସେ ନେଇ ଡବ୍ଳୁଏଚଓ କୌଣସି ପ୍ରଶ୍ନ କରିବ ନାହିଁ ବୋଲି ସର୍ତ ରଖିଥିଲା ବେଜିଂ । ଏପରିକି ଉହାନର ଯେଉଁ ମାର୍କେଟରୁ ଭୂତାଣୁ ବ୍ୟାପିଥିଲା ସେଠାକୁ ଯିବାପାଇଁ ମଧ୍ୟ ଅନୁମତି ଦେଇନଥିଲା ଚୀନ୍ । ଯେଉଁଥିରେ ଆପତି କରିନଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଉହାନରେ ପ୍ରଥମ ସଂକ୍ରମଣ ପରେ ଏବେ ପାଖାପାଖି ୧୧ମାସ ବିତିଲାଣି । ଏହାରି ଭିତରେ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଛି କରୋନା ଭୂତାଣୁ । ଏପରିକି ୧୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ କୋଭିଡ ଭୂତାଣୁ କିପରି ବ୍ୟାପିଲା ସେ ନେଇ କୌଣସି ତଦନ୍ତ ହୋଇନାହିଁ । ଏପରିକି ତଦନ୍ତ ପାଇଁ ଯିବାକୁ ଥିବା ଦଳର ବିଶେଷଜ୍ଞଙ୍କ ତାଲିକା ଦେଇଛି ଡବ୍ଲୁଏଚଓ କିନ୍ତୁ ଚୀନ୍ ଏହାର କୌଣସି ଉତର ରଖିନାହିଁ । ଏପରିକି ଭୂତାଣୁ ସଂକ୍ରମଣ ଆରମ୍ଭରୁ ମଧ୍ୟ କୌଣସି ଚେତବାନୀ ଦେଇନଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।