ଚାଇନା ରଚିଥିଲା ଷଡ଼ଯନ୍ତ୍ର ! ଜୁନ ୧୫ରେ ଘଟିଥିବା ସଂଘର୍ଷ ପାଇଁ କରିଥିଲା ବଡ଼ ପ୍ରସ୍ତୁତି । ଭାରତୀୟ ସେନା ସହ ହାତାହାତି ଲଢ଼େଇ ପାଇଁ ମାର୍ସଲ ଆଟିଷ୍ଟ ପଠାଇଥିଲା ବେଜିଂ, ସୀମାରେ ଖେଳିଥିଲା ରକ୍ତର ହୋଲି । ଧିରେ ଧିରେ ଖୋଲୁଛି ଚାଲୁ ଚାଇନାର ଗୁମର…

872

କନକ ବ୍ୟୁରୋ: ଖୋଲୁଛି ଚୀନ ଷଡ଼ଯନ୍ତ୍ରର ଗୁମର । ରକ୍ତାକ୍ତ ସଂଘର୍ଷ ପାଇଁ କରିଥିଲା ବଡ଼ ପ୍ରସ୍ତୁତି । ବିଶ୍ୱର ସର୍ବ-ପୁରାତନ ନ୍ୟୁଜ ଏଜେନ୍ସି ଏଏଫପି ଏପରି ଏକ ଖବର ପ୍ରକାଶ କରିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ସେନା ସହ ଲଢ଼ିବା ପାଇଁ ମାର୍ଶାଲ ଆଟିଷ୍ଟ ବା ସାମରିକ କଳା କୌଶଳରେ ନିପୁଣ ଯୋଦ୍ଧାମାନଙ୍କୁ ପଠାଇଥିଲା ଚୀନ । କିପରି ହାତାହାତି ଲଢ଼େଇରେ ରକ୍ତର ହୋଲି ଖେଳିହେବ, ବେଶ ଚାଲକିରେ ଷଡ଼ଯନ୍ତ୍ର ରଚିଥିଲା ବେଜିଂ ।

ଜୁନ ୧୫ ତାରିଖ ସଂଧ୍ୟାରେ ଲଦାଖ ସୀମାରେ ହୋଇଥିବା ଏହି ଲଢ଼େଇରେ ସହିଦ ହୋଇଥିଲେ କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଭାରତୀୟ ସେନା । ସଂଘର୍ଷରେ ଚୀନର ଅନେକ ସେନା ମୃତାହତ ହୋଇଥିଲେ ବି ଏପର୍ଯ୍ୟନ୍ତ ତଥ୍ୟ ଲୁଚାଇ ରଖିଛି ବେଜିଂ । ରକ୍ତର ହୋଲି ଖେଳିବା ପାଇଁ ଚୀନ କିପରି ପ୍ରସ୍ତୁତି କରିଥିଲା, ତାର ଗୁମର ଖୋଲିଛି ଏଏଫପି । ସରକାରୀ ସାମରିକ ଖବରକାଗଜ ଚୀନ ନାସନାଲ ଡିଫେନ୍ସ ନ୍ୟୁଜ୍ ର ଏକ ରିପୋର୍ଟକୁ ଉଲ୍ଲେଖ କରି ସତ ଖୋଲିଛି ଫ୍ରାନ୍ସର ଏହି ପ୍ରତିଷ୍ଠିତ ନ୍ୟୁଜ୍ ଏଜେନ୍ସି ।

କଂଟା ଗୁନ୍ଥା ହୋଇଥିବା ଲୁହା ଛଡ଼ ଓ ପଥର ଫିଙ୍ଗି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା ଚୀନ । ହାତାହାତି ଲଢ଼େଇରେ ଭାରତୀୟ ସେନାର ସମକକ୍ଷ ହୋଇ ନଥିବାରୁ ସେମାନଙ୍କୁ କାବୁ କରିବାକୁ ଯୋଜନା କରିଥିଲା ଚୀନ । ଲଦାଖ ସୀମାରେ ରକ୍ତାକ୍ତ ସଂଘର୍ଷ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପର୍ବତ ଆରୋହଣକାରୀ ଏବଂ ମାର୍ଶାଲ ଆଟ୍ ବା ସାମରିକ କଳାରେ ନିପୁଣ ଯୋଦ୍ଧାଙ୍କୁ ପଠାଇଥିଲା ବେଜିଂ ।

ଚୀନ ନ୍ୟାସନାଲ ଡିଫେନ୍ସ ନ୍ୟୁଜ୍ ଅନୁସାରେ ଏଭରେଷ୍ଟ ଅଲିମ୍ପିକ ଟର୍ଚ୍ଚ ରିଲେ ଟିମର ପୂର୍ବତନ ସଦସ୍ୟ ଏବଂ ମାର୍ଶାଲ ଆଟ୍ କ୍ଲବର ଫାଇଟର ମାନେ ଏବେ ତିବ୍ଦତର ରାଜଧାନୀ ଲାସାରେ ପଇଁତରା ମାରୁଛନ୍ତି । ତିବ୍ଦତର ରାଜଧାନୀରେ ଶତାଧିକ ନୂଆ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ତିବ୍ଦତ ସୀମା, ଲଦାଖ ସୀମାରେ ଚୀନ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସୈନ୍ୟ ମୁତୟନ କରିଛି । ଭାରତ ମଧ୍ୟ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି । ପିପୁଲ ଲିବେରେସନ୍ ଆର୍ମିର ପ୍ରତ୍ୟେକ ମୁଭମେଂଟ ଉପରେ ନଜର ରଖାଯାଇଛି ।