ଚୀନର କିଛି ସହର ଉପରେ ଆଜି ଦ୍ରୁତ ଗତିରେ ଯାଉଥିବା ଏକ ରହସ୍ୟମୟ ଆଲୁଅ ଦେଖିବାକୁ ମିଳିଛି । ଆଉ ଏଭଳି ଆଲୁଅ ଦେଖିବା ପରେ ଚର୍ଚ୍ଚା ହେଉଛି ଯେ, ଚୀନ୍ ସିକ୍ରେଟ ମିଲିଟାରୀ ମିସନ ଜରିଆରେ ହାଇପରସୋନିକ ନ୍ୟୁକ୍ଲିୟର ମିସାଇଲ ପରୀକ୍ଷଣ କରିଛି । ଯେଉଁ ମିସାଇଲ ଚୀନରୁ ଆମେରିକା ପର୍ଯ୍ୟନ୍ତ ପହଞ୍ଚିପାରିବ ।
ଚୀନର ପୂର୍ବ ଓ ମଧ୍ୟ ସହର ଉପରେ ରହସ୍ୟମୟ ଆଲୁଅ ଗତି କରିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଲୋକ ଏହି ରହସ୍ୟମୟ ଆଲୁଅକୁ ୟୁଏଫଓ କହୁଥିବା ବେଳେ କିଛି ଲୋକ ଏହା ଚୀନର ସିକ୍ରେଟ ମିଲିଟାରୀ ମିଶନ ବୋଲି କହୁଛନ୍ତି । ସାଧାରଣତଃ ଚୀନ୍ ନିଜର ମିସାଇଲ ପରୀକ୍ଷଣ ସମୟରେ କୌଣସି ଘୋଷଣା କରିନଥାଏ । କିନ୍ତୁ ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚଳିତ ଥର ମିସାଇଲ ପରୀକ୍ଷଣ ନେଇ ଚୀନ୍ ଏକ ବଡ ସଂକେତ ଦେଇଛି ।
ଚୀନର ଡ୍ରାଗନ ସେନା ନିଜର ଭିଗୋ ଆକାଉଣ୍ଟରେ ଏକ ବାଲାଷ୍ଟିକ ମିସାଇଲ ଚିତ୍ର ସେୟାର କରିବା ସହ ଲେଖିଛି, କଣ ଆପଣ ଏହି ଦୁନିଆରେ ଏଲିୟନଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି କି? ସେହିଭଳି ଚୀନର ନୌସେନା ମଧ୍ୟ ଜାହାଜ ଉପରେ ଏକ ମିସାଇଲ ପରୀକ୍ଷଣର ଫଟୋ ସେୟାର କରିବା ସହ ଲେଖିଛି, କଣ ଆପଣ ୟୁଏଫଓ କଥାକୁ ବିଶ୍ୱାସ କରନ୍ତି କି?
ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏକ ପ୍ରତିରକ୍ଷା ୱେବସାଇଟ କହିଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ଚୀନର ବାଲାଷ୍ଟିକ ମିସାଇଲ ଜେଏଲ-୩ର ହୋଇପାରେ । ଯାହାକୁ ବୁଡାଜାହାଜରୁ ମଧ୍ୟ ଛଡାଯାଇପାରିବ । ପରମାଣୁ ବମ ନେଇପାରୁଥିବା ଜେଏଲ-୩ ମିସାଇଲ ଉପରେ ଆମେରିକା ଦୀର୍ଘ ଦିନରୁ ନଜର ରଖିଛି । କାରଣ ଏହାର ଟାର୍ଗେଟ ରେଞ୍ଜ ମଧ୍ୟରେ ଆମେରିକା ମଧ୍ୟ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Mysterious-light-spotted-‘moving-at-a-high-speed’-over-Chinese.jpg)