ସୀମାରେ ଚୀନ ସେନାର ହଲଚଲ ପରେ ସୀମାନ୍ତ ପୋଷ୍ଟରେ ସୈନ୍ୟ ବଳ ବଢାଇଲା ଭାରତ: ଡ୍ରାଗନର ଯୋଜନା ପଣ୍ଡ କରିବାକୁ ସୀମାର ବିଭିନ୍ନ ପୋଷ୍ଟଉପରେ ଭାରତ ରଖିଛି କଡା ନଜର

ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ ବିବାଦ ସମାଧାନ ପାଇଁ ସାମରିକ ସ୍ତରୀୟ ଆଲୋଚନା ଜାରି

431

କନକ ବ୍ୟୁରୋ: ସୀମାରେ ଚୀନ ସେନାର ହଲଚଲ ପରେ ସୀମାନ୍ତ ପୋଷ୍ଟରେ ସୈନ୍ୟ ବଳ ବଢାଉଛି ଭାରତ । ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲର ୩ଟି ସ୍ଥାନରେ ଚୀନ ସେନା ଠୁଳ ହେବା ପରେ ଏହା ଉପରେ ନଜର ରଖିଛି ଭାରତ । ଭାରତ ମଧ୍ୟ ସମାନ ଢଙ୍ଗରେ ଚୀନର ସୀମାନ୍ତ ରାସ୍ତା ନିର୍ମାଣ କାମକୁ ଆଗେଇବା ସହ ବିବାଦୀୟ ସୀମାନ୍ତ ସ୍ଥାନ ଗୁଡିକ ଉପରେ ରଖିଛି କଡା ନଜର । ଚଳିତ ମାସର ଆରମ୍ଭରୁ ଚୀନ ସେନା ଲଦାଖର ସୀମାନ୍ତରେ ପ୍ରବେଶ କରିବା ପରେ ଏହାକୁ ନେଇ ଦେଖା ଦେଇଥିଲା ଅସନ୍ତୋଷ । ଦୁଇ ଦେଶର ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ସ୍ଥିତିରେ କିଛି ସୁଧାର ଆସିଥିଲ।। ଚୀନ ଏହାର ସେନାକୁ ପ୍ରାୟ ଅଢେଇ କିଲୋମିଟର ଫେରାଇ ନେଇଥିଲା । ଏହା ପରେ ସୀମାରୁ ସୈନ୍ୟ ଅପସାରଣ କରିଥିଲା ଭାରତ ।

ପ୍ରକୃତରେ ଚୀନ ସହିତ ଭାରତର ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ବାସ୍ତବ ନିୟନ୍ତ୍ରଣ ରେଖାର ଲଂବ ହେଉଛି ୩ ହଜାର ୪୮୮ କିଲୋମିଟର । ପଶ୍ଚିମରେ ଲଦାଖ, ମଝିରେ ଉତରାଖଣ୍ଡ – ହିମାଚଳ, ପୂର୍ବରେ ରହିଛି ସିକିମ୍, ଅରୁଣାଚଳ ଷ ଚୀନର ପିପୁଲ ଲିବରେସନ ଆର୍ମିକୁ କଡା ଜବାବ ଦେବାକୁ ଏହି ସୀମାନ୍ତ ଉପରେ ନଜର ରଖିଛି ଭାରତ । କୌଣସି ପ୍ରକାର ଅନୁପ୍ରବେଶକୁ ବିଫଳ କରିବାକୁ ସୀମାରେ କଡା ପହରା ଦେଉଛନ୍ତି ଭାରତୀୟ ସେନା । ସେପଟେ ଲଦାଖ ସୀମା ବିବାଦ ନେଇ ଭାରତ ଓ ଚୀନ ଡିଜି ସ୍ତରୀୟ ଆଲୋଚନା ବି ଚାଲିଛି । ଦୁଇ ଦେଶର ପ୍ରତିରକ୍ଷା ଅଧିକାରୀ ଏହି ଆଲୋଚନାରେ ଭାଗ ନେଇଛନ୍ତି । ଗାଲୱନ, ହଟ୍ ସ୍ପ୍ରିଙ୍ଗସ୍ ନେଇ ଆଲୋଚନାରେ ସମସ୍ୟା ଅଧିକ ନାହିଁ କିନ୍ତୁ ପ୍ୟାଙ୍ଗୋଙ୍ଗ୍ କୁ ନେଇ ଚୀନ୍ ଅଧିକ ବିବାଦ ଠିଆ କରୁଛି ।