ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ୍: ଗତ ୧୮ତାରିଖରେ ନିଖୋଜ ହୋଇଯାଇଥିଲେ ୧୯ବର୍ଷୀୟ ମିରାମ ତାରୋନ

99

କନକ ବ୍ୟୁରୋ: ଦୀର୍ଘ ୧୨ ଦିନ ପରେ ଭାରତ ଫେରିଲେ ଅରୁଣାଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ଟାରୋନ । ଗତ ୧୮ତାରିଖରେ ଅରୁଣାଚଳ ପ୍ରଦେଶ ସୀମାରୁ ନିଖୋଜ ଥିଲେ ମିରାମ । ଆଜି ଭାରତ-ଚୀନ ଅନ୍ତରାଷ୍ଟ୍ରିୟ ସୀମାରେ ଭାରତକୁ ହସ୍ତାନ୍ତର କଲା ଚାଇନାର ପିପୁଲ ଲିବରେସନ ଆର୍ମି । ମିରାମ ଭାରତ ଫେରିବା ଖବର ଶୁଣି ଏଲଏସି ନିକଟବର୍ତୀ ଗାଁ ଜିନ୍ଦୋର ରେ ଖୁସିର ଲହରି ଖେଳିଯାଇଛି ।

ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚିନର ପିପୁଲ୍ସ ଲିବରେସନ ଆର୍ମି । ନିଖୋଜ ହେବାର ୧୨ ପରେ ଭାରତକୁ ହସ୍ତାନ୍ତର କରିଛି ଚୀନ ସେନା । ଗତ ୧୮ତାରିଖରେ ଅରୁଣାଚଳ ପ୍ରଦେଶ ଭାରତ ଚୀନ ସୀମାରୁ ୧୭ବର୍ଷୀୟ ମିରାମ ଟାରୋନ ନିଖୋଜ ହୋଇଯାଇଥିଲେ । ଭାରତ-ଚୀନ୍ ସୀମା ଏଲଏସି ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିବା ତାଙ୍କର ବନ୍ଧୁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ହେଲେ ତାର ସନ୍ଧାନ କରି ଭାରତକୁ ଫେରାଇବାରେ ସହଯୋଗ କରିଛି ଚୀନ ଆର୍ମୀ । ଭାରତ ଫେରିବା ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ । ଚିନ ସେନା ଯୁବକ ଜଣଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିବା ନେଇ ଟୁଇଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଧବାର ହଟଲାଇନ୍ ଜରିଆରେ ଚୀନ ଆର୍ମି ଭାରତୀୟ ଯବାନଙ୍କ ଯୋଗାଯୋଗ କରିଥିଲେ ଏବଂ ଖୁବ ଶୀଘ୍ର ଯୁବକଙ୍କୁ ଫେରାଇବା ପାଇଁ କହିଥିଲେ । ଶେଷରେ ୧୨ ପରେ ଭାରତ-ଚୀନ ସୀମାରେ ମିରାମ ଟାରୋନଙ୍କୁ ହସ୍ତାନ୍ତର କରିିଛି ଚୀନ । ମିରାମ ନିଜ ଗାଁକୁ ଫେରିବା ଖବର ଶୁଣି ଅରୁଣାଚଳ ପ୍ରଦେଶର ଏଲଏସି ନିକଟବର୍ତୀ ଗାଁ ଜିନ୍ଦୋରରେ ଖୁସିର ଲହରି ଖେଳିଯାଇଛି ।

ସୀମା ଡେଇଁ ଭାରତରେ ବେଆଇନ ପଶିବା, ଅରୁଣାଚଳ ପ୍ରଦେଶରେ ବେଆଇନ ଗାଁ ତିଆରି କରିବା ଆଦି କୁ ନେଇ ଭାରତ-ଚୀନ ମଧ୍ୟରେ ଅନେକ ସମୟରୁ ବିବାଦ ଲାଗି ରହିଛି । ଏହାରି ଭିତର ମିରାମ ନିଖୋଜ ହେବା ପରେ ଚୀନ ସେନାର ପ୍ରଥମ ଥର ସକରାତ୍ମକ ବ୍ୟବହାର ଦେଖିବାକପ ମିଳିଛି ।