କନକ ବ୍ୟୁରୋ : ବିଶ୍ୱରେ କରୋନା ମହାମାରୀର ପ୍ରଭାବ କମିନଥିବା ବେଳେ ଚୀନରେ ଆଉ ଏକ ଭୂତାଣୁ ଚିନ୍ତା ବଢାଇଦେଇଛି । ଚୀନରେ ଆଉ ଏକ ନୂଆ ଭାଇରସ୍ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁର ନାଁ ହେଉଁ ଏଚ୍୩ଏନ୍୮ । ଏହି ଭୂତାଣୁ ସଂକ୍ରମଣରେ ଅନେକ ଲୋକ ସଂକ୍ରମିତ ହୋଇଥିବା ବେଳେ ଜଣେ ଲୋକର ଜୀବନ ଯାଇଥିବା ସୂଚନାରୁ ଜଣାପଡିଛି ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ, ଏଚ୍୩ଏନ୍୮ ଏନଫ୍ଲୁଏନ୍ଜା ଭୂତାଣୁ ଦ୍ୱାରା ଏହା ପ୍ରଥମ ମୃତ୍ୟୁ ବୋଲି ‘ହୁ’ ସୂଚନା ଦେଇଛି । ଏହା ସହିତ ମୃତ ମହିଳାଙ୍କଠାରେ ଅନ୍ୟ ରୋଗ ଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ପ୍ରଥମେ ମହିଳାଙ୍କୁ ଗମ୍ଭୀର ନିମୋନିଆ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କୁ ମୃତ୍ୟୁ ହୋଇଥିବା ହୁ’ ପକ୍ଷରୁ କୁହାଯାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଏଚ୍୩ଏନ୍୮ ଭୂତାଣୁ ସାଧାରଣତଃ ପକ୍ଷୀଙ୍କ ନିକଟରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏହା ଘୋଡା ଏବଂ ମଣିଷଙ୍କଠି ବ୍ୟାପିବାରେ ଲାଗିଲାଣି । ଯେଉଁଥିରେ ଆଜି ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଗକୁ ଯଦି ଏହା ଏହିଭଳି ଭେବେ ସଂକ୍ରମିତ ହୁଏ ତେବେ କରୋନା ମହାମାରୀ ଭଳି ଏଚ୍୩ଏନ୍୮କୁ ନେଇ ଚିନ୍ତା ବଢିପାରେ