କନକ ବ୍ୟୁରୋ : ଗାଜା ପଟ୍ଟୀ ଉପରେ ଇସ୍ରାଏଲର ଆକ୍ରମଣ ଭିତରେ ଚୀନରୁ ଆସିଛି ବଡ ଖବର । ଚୀନ ତରଫରୁ ଅନଲାଇନ୍ ନକ୍ସାରୁ ଇସ୍ରାଏଲ ଦେଶର ନାମ ହଟାଇଦିଆଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଚୀନ କମ୍ପାନୀ ବାଇଜୁ ଓ ଅଲୀବାବାର ଅନଲାଇନ୍ ନକ୍ସାରୁ ଇସ୍ରାଏଲର ନାମ ହଟାଇ ଦିଆଯାଇଛି । ବାଇଜୁ ନକସାରେ ଇସ୍ରାଏଲ ଓ ପାଲେଷ୍ଟାଇନର କେବଳ ସୀମାକୁ ସୂଚିତ କରାଯାଇଛି । ହେଲେ ନକ୍ସରେ ଏହି ଦୁଇଦେଶର ନାମ ଉଲ୍ଲେଖ ନାହିଁ ।

Advertisment

ଗଣମାଧ୍ୟମ ରିପୋର୍ଟ ମୁତାବକ ଚୀନ ଭାଷାରେ ଲେଖାଥିବା ଏହି ନକସାରେ ଲକ୍ଜମବର୍ଗ ଭଳି ଛୋଟ ଦେଶର ନାମ ରହିଛି । ହେଲେ ଇସ୍ରାଏଲ ଭଳି ଦେଶର ନାମ ନାହିଁ । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ହେଲେ ବାଇଜୁ କି ଅଲୀବାବା ତରଫରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସେପଟେ ଇସ୍ରାଏଏଲ ଓ ହମାମ ମଧ୍ୟରେ ଲାଗିଥିବା ଲଢେଇକୁ ନେଇ ଚୀନ ସରକାର ଯେଉଁ ବୟାନ ଜାରି କରିଥିଲେ ସେଥିରେ ହମାସକୁ ନିନ୍ଦା କରାଯାଇନଥିଲା । ହେଲେ ଚୀନ ସରକାର ତାଙ୍କ ବୟାନରେ ପାଲେଷ୍ଟାଇନକୁ ସମର୍ଥନ କରିଥିଲେ । ଏହାକୁ ନେଇ ଅନେକ ଦେଶ ଚୀନକୁ ସମାଲୋଚନା କରିଥିଲେ । ଏହାପରେ ଚୀନର ବିଦେଶମନ୍ତ୍ରୀ ବାଙ୍ଗ ୟୀ ତରଫରୁ ଇସ୍ରାଏଲ ସମକକ୍ଷ ଏଲୀ କୋହେନେ ସହ ହୋଇଥିବା ଆଲୋଚନାରେ ମାନିଥିଲେ କି ଇସ୍ରାଏଲକୁ ନିଜ ସୁରକ୍ଷା ପାଇଁ ଲଢିବାରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାସହ ଚୀନ ଯୁଦ୍ଧ ବିରତି ପାଇଁ ଦାବି କରିଥିଲା ।

ଅନ୍ୟପଟେ ଚୀନର ଏହି ଦୁଇ କମ୍ପାନୀର ପଦକ୍ଷେପକୁ ନେଇ ଚୀନର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଅକ୍ଟୋବର ୭ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଭିତରେ ଇସ୍ରାଏଲର ନାମ ଚୀନ ମାନଚିତ୍ରରୁ ହଜିଯାଇଛି ନା ହଟାଇ ଦଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।