କନକ ବ୍ୟୁରୋ : ଭାରତ କରିବ ଅଗ୍ନୀ-ଭି ନ୍ୟୁକ୍ଲିୟର ମିଜାଇଲର ପରୀକ୍ଷଣ, ଚିହିଁକି ଉଠିଚି ଚୀନ୍ । ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳି ହେବାକୁ ଯାଉଛି ଭାରତ । ଭାରତ ପାଖରେ ଅତ୍ୟାଧୁନୀକ ମିଜାଇଲ୍, ଯୁଦ୍ଧ ଯାହାଜ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଥିବାବେଳେ ଭାରତୀୟ ସେନାରେ ଆଉ ଏକ ଶକ୍ତିଶାଳି ମିଜାଇଲ୍ ସାମିଲ ହେବାକୁ ଯାଉଛି । ଯାହାକୁ ନେଇ ଭୟଭୀତ ହୋଇଉଠିଛନ୍ତି ପଡୋଶୀ ଶତ୍ରୁ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ । ଆମେରିକା, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପରମାଣୁ ସବମରିନ୍ ଚୁକ୍ତିରେ କ୍ରୋଧିତ ଥିବା ଚୀନ୍ ବର୍ତ୍ତମାନ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆସନ୍ତା ଦିନରେ ଭାରତ ଅଗ୍ନୀ-ଭି ଇଂଟରକଣ୍ଟେନେଟଲ ବାଲାଷ୍ଟିକ୍ ମିସାଇଲର ପରୀକ୍ଷଣ କରିବାକୁ ଯାଉଛି । କିନ୍ତୁ ଏହି ପରକ୍ଷଣକୁ ବିରୋଧ କରୁଛି ଚୀନ୍ । ଚୀନର ବିରୋଧ ପଛରେ ଏକ ବଡ କାରଣ ରହିଛି । ଭାରତ ପରୀକ୍ଷଣ କରିବାକୁ ଯାଉଥିବା ଏହି ନ୍ୟୁକ୍ଲିୟର ମିଜାଇଲର ରେଞ୍ଜ ୫ହଜାର କିଲୋମିଟର ରହିଛି । ଚୀନର ଅନେକ ସହର ଏହି ମିଜାଇଲର ରେଞ୍ଜରେ ଆସୁଛି । ଯଦି କେବେ ଯୁଦ୍ଧ ହୁଏ ତେବେ ଏହି ମିଜାଇଲ ସାହାଯ୍ୟରେ ଚୀନର ଅନେକ ସହର ଧୁଳିସାତ୍ ହୋଇଯିବାର ସମ୍ଭାବନା ରହିଛି ।
ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିନଙ୍କ କହିଛନ୍ତି କି, ଦକ୍ଷିଣ ଏସିଆରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ବଜାୟ ରଖିବା ସମସ୍ତ ଦେଶର ଦାୟିତ୍ୱ ଏବଂ ଚୀନ୍ ଆଶା କରୁଛି ଯେ ସମସ୍ତ ଦେଶ ଏହି ପ୍ରସଙ୍ଗରେ ନିରନ୍ତର ପ୍ରୟାସ କରିବେ ।
ଗୋଟିଏ ପଟେ ଚୀନ ଭାରତର ମିଜାଇଲ ପରୀକ୍ଷଣକୁ ବିରୋଧ କରୁଛି । କିନ୍ତୁ ଅନ୍ୟପଟେ ପାକିସ୍ତାନକୁ ନ୍ୟୁକ୍ଲିୟର ପରୀକ୍ଷଣରେ ସହଯୋଗ କରୁଛି । ଚୀନ ପାକିସ୍ତାନ ମଧ୍ୟରେ ସହଯୋଗ ଅବିରତ ରହିଛି । ପ୍ରତିଟି କ୍ଷେତ୍ରରେ ଚୀନ୍ ପାକିସ୍ତାନକୁ ସହଯୋଗ କରିଆସୁଛି । ଏହା ପଛରେ ଚୀନର କୂଚନୈତିକ ଷଡଯନ୍ତ୍ର ମଧ୍ୟ ରହିଛି । କିନ୍ତୁ ଭାରତ ଏତେ ସହଜରେ ଶତ୍ରୁର ଷଡଯନ୍ତ୍ରକୁ ସଫଳ ହେବାକୁ ଦେବନି । ଅଗ୍ନୀ-ଭି ମିଜାଇଲ୍ ଭାରତୀୟ ସେନାରେ ସାମିଲ ହେଲେ ଆହୁରି ଶକ୍ତିଶାଳି ହୋଇ ଉଠିବ ଭାରତ ।
ଭାରତକୁ ଆସୁଛି ଘାତକ ମିଜାଇଲ୍ । ଶତ୍ରୁ ଛାତିରେ ଛନକା
/kanak/media/post_attachments/wp-content/uploads/2021/09/24-18.jpg)