କନକ ବ୍ୟୁରୋ : ପୁଣି ପଦାରେ ପଡିଲା ଚୀନର ଚାଲାକି । ଭାରତୀୟ ସୀମାକୁ ଲାଗି ରେଳ ଲାଇନ୍ କରୁଛି ଡ୍ରାଗନ୍ । ବେଇମାନ୍ ଚୀନର ନୂଆ ଷଡଯନ୍ତ୍ର ଏବେ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲଦାଖର ପୋଙ୍ଗୟାଙ୍ଗ ସ୍ତୋ ହ୍ରଦ୍ ନିକଟରୁ ତିବତ୍ ପର୍ଯ୍ୟନ୍ତ ରେଳ ଲାଇନ୍ ବିଛାଉଛି ଚୀନ । ଏହି ରେଳ ଲାଇନ୍ ଭାରତୀୟ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ନିକଟ ଦେଇ ଯିବ ।

Advertisment

ଚୀନର ଏହି ରେଳ ଲାଇନ୍ ଯୋଜନା ନେଇ ତିବତର ସ୍ୱାୟତ କ୍ଷେତ୍ର ସରକାର ସୂଚନା ପ୍ରଦାନ କରିଛନ୍ତି । ଅକସାଇ ଚୀନ ଓ ତିବତକୁ ଯୋଗାଯୋଗ କରିବା ଉଦ୍ଦେଶ୍ୟରେ ଏହି ରେଳ ଲାଇନ୍ ତିଆରି କରୁଛି ସଇତାନ ଚାଇନା । ଗତ ସପ୍ତାହରେ ନିଜର ଏହି ରେଳ ପ୍ରୋଜେକ୍ଟ ବିଷୟରେ ସର୍ବସାଧାରଣରେ ଘୋଷଣା କରିଥିଲା ଜିଙ୍ଗପିଙ୍ଗ ସରକାର । ଚୀନର ଏହି ରେଳ ପ୍ରୋଜେକ୍ଟ ନେଇ ବଢି ଯାଇଛି ଭାରତ ସରକାରଙ୍କ ଚିନ୍ତା । କାରଣ ଭାରତୀୟ ସୀମାରେ ଅତି ନିକଟରେ ଗତି କରିବ ଏହି ରେଳ ଲାଇନ୍ ।

ଚୀନର ଏଭଳି ବିସ୍ତାରବାଦୀ ନୀତି ପାଇଁ ସାରା ବିଶ୍ୱରେ ସମାଲୋଚିତ ହେଉଥିବା ଚୀନ, ଏବେ ପୁଣିଥରେ ନିଜର ବେଇମାନି ଦେଖାଇଛି । ଭାରତ ସୀମା ନିକଟରେ ରେଳ ପ୍ରୋଜେକ୍ଟ କରି ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି ଚାଇନା । ଏହି ରେଳ ପ୍ରୋଜେକ୍ଟ ଶେଷ ହୋଇଗଲେ ବେଶ ସହଜରେ ଲଦାଖର ବିବାଦୀୟ କ୍ଷେତ୍ରରେ ସେନା ଓ ଅସ୍ତ୍ରଶସ୍ତ୍ର ପହଞ୍ଚାଇପାରିବ ଚୀନ । ଯାହା ଭାରତ ପାଇଁ ଏକ ବଡ ଚିନ୍ତାର ବିଷୟ । ତେବେ ଭାରତ ସରକାର ମଧ୍ୟ ଜମ୍ମୁ-କାଶ୍ମୀର, ଲଦାଖ, ଅରୁଣାଚଳ ପ୍ରଦେଶ ସୀମାରେ ଭିତ୍ତିଭୂମି ବିକାଶ କରୁଛନ୍ତି ।

ସୀମାରେ ଚୀନର ଚାଲାକି

- ଚିନ୍ତା ବଢାଇଲା ଚୀନର ରେଳ ପ୍ରୋଜେକ୍ଟ
- ଅକସାଇ ଚୀନରୁ ତିବତ ଯୋଗାଯୋଗ କରିବ ରେଳ ପ୍ରୋଜେକ୍ଟ
- ଲଦାଖ ସୀମାରେ ପେଙ୍ଗୟଙ୍କ ସ୍ତୋ ନିକଟରେ ଯିବ ଚୀନର ରେଳ ଲାଇନ୍
- ତିବତ୍ର ଶିଗାସ୍ତେରୁ ଆରମ୍ଭ ହୋଇ ଉତର-ପଶ୍ଚିମ ନେପାଳ ବର୍ଡର ଦେଇ ଯିବ
- ଭାରତୀୟ ଏଲଏସିର ଅତି ନିକଟ ହୋଇ ଅକସାଇ ଚୀନ ଦେଇ ଗତିକରିବ
- ଚୀନରେ ସିଂଜିୟାଙ୍ଗ ପ୍ରାନ୍ତରେ ଏହା ଶେଷ ହେବ
- ୪ ହଜାର କିଲୋମିଟର ଲମ୍ବା ରେଳ ପ୍ରୋଜେକ୍ଟ କରୁଛି ଚୀନ
- ଚୀନ ରେଳ ପ୍ରୋଜେକ୍ଟ ନେଇ ସୂଚନା ଦେଲା ତିବତ୍ ସ୍ୱାୟତ ସରକାର
- ୨୦୩୫ ସୁଦ୍ଧା ରେଳ ପ୍ରୋଜେକ୍ଟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଡ୍ରାଗନ୍
- ରେଲ ପ୍ରୋଜେକ୍ଟର ପ୍ରଥମ ଚରଣ ୨୦୨୫ରେ ଉଦଘାଟନ୍ କରିବ ପିଏଲଏ